ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଭୋଟକୁ ଗୋଟିଏ ଦିନ ବାକି ରହିଛି। ଆଜି ପ୍ରଚାରର ଶେଷ ଦିନ। ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତିନି ଦଳ କସରତ ଜାରିରଖିଛନ୍ତି। ସନ୍ଧ୍ୟା ୫ଟାରେ ସୁଦ୍ଧା ଦିଲ୍ଲୀରେ ନିର୍ବାଚନୀ ପ୍ରଚାର ସାରିବାକୁ ନିର୍ଦ୍ଦେଶ ଥିବା ବେଳେ ଏହାକୁ ଲକ୍ଷ୍ୟ ରଖି କଂଗ୍ରେସ, ବିଜେପି, ଆପ୍ ଏବଂ ଅନ୍ୟାନ୍ୟ ଦଳ ଶେଷ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିଜେପିର ଟାଣୁଆ ନେତାମାନେ କ୍ୟାମ୍ପେନ୍ କରିଛନ୍ତି । ମୋଦୀ- ଶାହା- ପ୍ରଚାର କରୁଛନ୍ତି । ତେବେ ମୋଦୀ ଏକ ଜନସଭାରେ ଯୋଗଦେଇ ଆମ୍ ଆଦମୀ ପାର୍ଟିକୁ ନିଶାନା କରିଛନ୍ତି ଏବଂ ଆପର ରାବିଡିମରା ଯୋଜନାକୁ ସମାଲୋଚନା କରିଛନ୍ତି । ପ୍ରଚାର ଅବସରରେ ପ୍ରଧାନମନ୍ତ୍ରୀ ଜନତା ଜନାର୍ଦ୍ଦନକୁ ଭୋଟ୍ ମାଗିଛନ୍ତି । ଆପକୁ ଦେଇଥିବା ୧୧ ବର୍ଷ ବର୍ବାଦର ବର୍ଷ ବୋଲି କହିଛନ୍ତି ମୋଦୀ ଆଉ ବିଜେପିକୁ ଏଥର ସେବା କରିବାର ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି । ଦିଲ୍ଲୀବାସୀଙ୍କୁ ହାତ ଯୋଡି ମୋଦୀ କହିଛନ୍ତି ଦିଲ୍ଲୀର ପ୍ରତି ପରିବାରକୁ ପ୍ରାର୍ଥନା ଆମକୁ ଆପଣଙ୍କ ସେବାର ସୁଯୋଗ ଦିଅନ୍ତୁ… ଦେଖିବେ ଆପଣଙ୍କ ସବୁ ସମସ୍ୟାରେ ମୁଁ ଛିଡା ହୋଇଥିବି… ଏହା ମୋଦୀର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି । ସେପଟେ କେଜ୍ରିୱାଲ୍ ଦିଲ୍ଲୀ ପୋଲିସକୁ ଟାର୍ଗେଟ୍ କରିଛନ୍ତି ତାସହ ଇସିଙ୍କୁ ମଧ୍ୟ ନିଶାନା ଲଗାଇଛନ୍ତି । ଇସି ବିଜେପି ପାଖରେ ଆତ୍ମସମର୍ପଣ କରିଦେଇଛି ଆଉ ଆପ୍ କର୍ମୀଙ୍କ ଉପରେ ଖୁଲମଖୁଲା ଆକ୍ରମଣ ହେଉଥିଲେ ବି ପୋଲିସ ଆଖି ବୁଜି ଦେଇଛି ବୋଲି କେଜ୍ରିୱାଲ୍ ଟାର୍ଗେଟ୍ କରିଛନ୍ତି ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..