Report Card Odisha

| Daily Odia News

ମନୀଷ ସିସୋଦିଆଙ୍କ ପୁନର୍ବିଚାର ଆବେଦନ ଖାରଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପୁନର୍ବିଚାର ଆବେଦନ ଖାରଜ ହୋଇଛି | ଆଜି ସୁପ୍ରିମକୋର୍ଟ ପୁନର୍ବାର ଜାମିନ ଦେବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି, ପୁନର୍ବିଚାର ଆବେଦନ ଭିତ୍ତିହୀନ। ଜଷ୍ଟିସ ସଞ୍ଜୀବ ଖଣ୍ଡ ଓ ଜଷ୍ଟିସ ଏସଭିଏନ ଭଟ୍ଟୀ ଜାମିନ ଆବେଦନ ଖାରଜ କରିବା ନେଇ ଅକ୍ଟୋବର ୩୦ର ନିଷ୍ପତ୍ତିକୁ ଅପରିବର୍ତ୍ତିତ ରଖିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରି ମନୀଷ ସିସୋଦିଆଙ୍କ ପକ୍ଷରୁ ଏକ ଆବେଦନ କରାଯାଇଥିଲା।

 

Breaking News