ରିପୋର୍ଟ କାର୍ଡ / ପୁରୀ
ଗତ ୧୨ ତାରିଖ ଦିନ ନିଜାମୁଦ୍ଦିନ ଷ୍ଟେସନରୁ ନିଖୋଜ ହୋଇଯାଇଥିବା ଜଣେ ନାବାଳିକାକୁ ପୁରୀ ଷ୍ଟେସନରେ ଠାବ ହୋଇଛି । ପୁରୀ ଜିଆର୍ପି ଥାନା ପୋଲିସ, ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ଓ ଶିଶୁ କଲ୍ୟାଣ ସମିତିର ମିଳିତ ଉଦ୍ୟମ ଫଳରେ ଏହି ନାବାଳିକାର ପରିବାରକୁ ପୁରୀକୁ ଡକାଇ ତାଙ୍କ ଜିମାରେ ଦେଥିବା ଜଣାପଡ଼ିଛି। ଆସନ୍ତାକାଲି ମାନସିକ ଏହି ନାବାଳିକାକୁ ତା’ର ପରିବାର ଲୋକେ ନନ୍ଦନକାନନ ଟ୍ରେନ୍ରେ ନେଇଯିବେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ- ଜଣାପଡ଼ିଛି ଯେ ଗତ ୧୪ ତାରିଖ ଦିନ ପୁରୀ ଷ୍ଟେସନରୁ ଜିଆର୍ପି ଥାନା ପୋଲିସ ଜଣେ ୧୩ ବର୍ଷୀୟା ନାବାଳିକାକୁ ଉଦ୍ଧାର କରିଥିଲା। ସେ କେବଳ ନିଜର ଡାକ ନାମକୁ ହିନ୍ଦୀ ଭାଷାରେ କହିବା ବ୍ୟତୀତ ଅନ୍ୟ କିଛି କହିପାରୁନଥିଲା। ତେଣୁ ଜିଆର୍ପି ଥାନା ପୋଲିସ ଏହି ନାବାଳିକାକୁ ଉଦ୍ଧାର କରି ଚାଇଲ୍ଡ ଲାଇନ ମାଧ୍ୟମରେ ଶିଶୁ କଲ୍ୟାଣ କମିଟି ନିକଟରେ ହାଜର କରାଇଥିଲା। ନାବାଳିକାକୁ ଓପନ୍ ସେଲ୍ଟରରେ ରଖିବା ପାଇଁ କମିଟି ନିର୍ଦ୍ଦେଶ ଦେଇଥିଲା। ଅନ୍ୟପଟେ ଏହି ନାବାଳିକାର ଫଟୋକୁ ଜିଆର୍ପି ଥାନା ପୋଲିସ ସର୍ବଭାରତୀୟ ସ୍ତରର ହ୍ବାଟ୍ସଆପ୍ ଗ୍ରୁପ୍ରେ ପକାଇଥିଲା। ଫଳରେ ଦିଲ୍ଲୀର ନିଜାମୁଦ୍ଦିନ ଷ୍ଟେସନରୁ ଜଣେ ନାବାଳିକା ନିଖୋଜ ହୋଇଯାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୋଲିସ ୫୭/୨୩ ନମ୍ବରରେ ଏକ ଅପହରଣ ମାମଲା ରୁଜୁ କରିଥିଲା। ପୁରୀ ଚାଇଲ୍ଡ ଲାଇନ୍ ଟିମ୍ ଦିଲ୍ଲୀର ଚାଇଲ୍ଡ ଲାଇନ୍ ଓ ଦିଲ୍ଲୀ ପୋଲିସ ସହ ଯୋଗାଯୋଗ କରିବା ସହ ଭିଡିଓ କଲିଂ କରିବାରୁ ତା’ର ପରିବାର ଲୋକେ ନାବାଳିକାକୁ ଚିହ୍ନଟ କରିଥିଲେ। ଏହାପରେ ଦିଲ୍ଲୀ ଚାଇଲ୍ଡ ଲାଇନ ଟିମ୍, ଦିଲ୍ଲୀ ପୋଲିସ ଓ ନାବାଳିକାର ପରିବାର ଲୋକେ ପୁରୀରେ ପହଞ୍ଚି ଏଠାରୁ ନାବାଳିକାକୁ ଫେରାଇ ନେବାପାଇଁ ଶିଶୁ କଲ୍ୟାଣ କମିଟି ନିକଟରେ ଆବେଦନ କରିଥିଲେ|






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….