ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଦ ଦୁର୍ନୀତି ମାମଲା ସହ ଜଡିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଉକ୍ତ ମାମଲାରେ ପୂର୍ବତନ ଆମ ଆଦମୀ ପାର୍ଟିର ପୂର୍ବ ମିଡିଆ ଦାୟିତ୍ୱରେ ଥିବା ବିଜୟ ନାୟାର, ହାଇଦ୍ରାବାଦ ଭିତ୍ତିକ ଉଦ୍ୟୋଗୀ ଅଭିଷେକ ବୋଇନପାଲ୍ଲୀ ଏବଂ ବିନୟ ବାବୁଙ୍କ ଜାମିନ ଆବେଦନକୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ମନୀଷ ସିସୋଡିଆଙ୍କୁ ଜାମିନ ଦେବାକୁ ନେଇ ଇଡି ବିରୋଧ କରିଥିଲା। ଇଡି କହିଛି ଯେ ମନୀଷ ସିସୋଡିଆଙ୍କ ନିକଟରେ ୧୮ରୁ ଅଧିକ ମନ୍ତ୍ରଣାଳୟ ଅଛି। ସେ ଜଣେ ବହୁତ ପ୍ରଭାବଶାଳୀ ବ୍ୟକ୍ତି। ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ସେ ତଦନ୍ତ ଉପରେ ପ୍ରଭାବ ପକାଇପାରନ୍ତି। ୨୬ ଫେବୃୟାରୀରେ ସିବିଆଇ ମନୀଷ ସିସୋଡିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ତିହାର ଜେଲରେ ରହିଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..