ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ଆପ୍ ସରକାରଙ୍କର ଅଡ଼ୁଆ ବଢ଼ିଲା | ସରକାରୀ ବିଦ୍ୟାଳୟଗୁଡ଼ିକରେ ଅତିଥି ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଛି। ଭୂତ ଶିକ୍ଷକ ନିଯୁକ୍ତ କରାଯାଇ ସେମାନଙ୍କ ନାମରେ ଦରମା ଉଠାଯାଇ ସରକାରୀ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଆଭ୍ୟନ୍ତରୀଣ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉପରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେଥିରେ କୁହାଯାଇଛି ଅତିଥି ଶିକ୍ଷକ ନିଯୁକ୍ତି, ସେମାନଙ୍କ ଉପସ୍ଥିତି, ସେମାନଙ୍କ ନାମରେ ଉଠାଯାଇଥିବା ଦରମା ଆଦିର ତଦନ୍ତ ମୁଖ୍ୟ ସଚିବ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ବାରା କରିବେ। ଉକ୍ତ ତଦନ୍ତ ରିପୋର୍ଟ ୩୦ ଦିନ ମଧ୍ୟରେ ଦାଖଲ କରିବା ଲାଗି କୁହାଯାଇଛି। ଏଭଳି ଦୁର୍ନୀତି ପ୍ରିନ୍ସିପାଲ,ଭାଇସ ପ୍ରିନ୍ସିପାଲ ଏବଂ ଆକାଉଣ୍ଟସ୍ ବିଭାଗର କର୍ମଚାରୀଙ୍କ ସଲାସୁତରା ବିନା ହେବା ଅସମ୍ଭବ। ତେଣୁ ସରକାରୀ ପାଣ୍ଠିକୁ ଜାଲିଆତି କରି ଉଠାଯାଇଥିବାରୁ ଏହା ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାଲାଗି ଉପରାଜ୍ୟପାଳ କହିଛନ୍ତି।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..