Report Card Odisha

| Daily Odia News

ଦିଲ୍ଲୀରେ ଆପ୍‌-ବିଜେପି ସଂଘର୍ଷ,ନିର୍ବାଚନ ବିଫଳ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ମୁନିସ୍‌ପାଲ୍‌ ହାଉସ୍‌ରେ ଶାସକ ଦଳ ଆପ୍‌ ଓ ବିରୋଧୀ ଦଳ ବିଜେପି ସଦସ୍ୟମାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି | ଫଳରେ ଦିଲ୍ଲୀ ମେୟର୍‌ ନିର୍ବାଚନ ନିମନ୍ତେ ହେବାକୁ ଥିବା ମତାଦନ ବିଫଳ ହୋଇଛି | ସୂଚନାଯୋଗ୍ୟ, ଏହାକୁ ମିଶାଇ ନୂଆ ମେୟର୍‌ ନିର୍ବାଚନ ପାଇଁ ଭୋଟ୍‌ ଦେବା ପ୍ରୟାସ କ୍ରମାଗତ ୩ଥର ବିଫଳ ହେଲାଣି। ଭୋଟ୍‌ ଦାନ ଅଧିକାର ପ୍ରସଙ୍ଗରେ ‘ଆପ୍‌’ ସଦସ୍ୟମାନେ ପ୍ରତିବାଦ ପ୍ରବଳ କରିବାରୁ ଡିସେମ୍ବର ୪ ତାରିଖ ମୁନିସ୍‌ପାଲ୍‌ ନିର୍ବାଚନ ପରେ ଆଜି ତୃତୀୟ ଥର ପାଇଁ ଆହୂତ ଗୃହର କାର୍ଯ୍ୟରେ ବାଧା ହୋଇଥିଲା। ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କରାଯିବା ଫଳରେ ଆଜି ପୁଣି ଥରେ ମେୟର୍‌ ନିର୍ବାଚନ ବାତିଲ ହେଲା। ସୂଚନାଯୋଗ୍ୟ, ‘ବିଜେପି’ ଓ ‘ଆପ୍‌’ ସଦସ୍ୟମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ଜାନୁଆରି ୬ ଓ ଜାନୁଆରି ୨୪ ତାରିଖରେ ଆହୂତ ପ୍ରଥମ ଦୁଇଟି ଅଧିବେଶନ ମଧ୍ୟ ମୁଲତବୀ ରଖାଯାଇଥିଲା । ‘ଦିଲ୍ଲୀ ମୁନିସ୍‌ପାଲ୍‌ କର୍ପୋରେସନ୍‌ ଆକ୍ଟ୍‌ ୧୯୫୭ ଅନୁସାରେ, ପୌର ନିର୍ବାଚନ ପରେ ଆହୂତ ଗୃହର ପ୍ରଥମ ଅଧିବେଶନରେ ହିଁ ମେୟର୍‌ ଓ ଡେପୁଟି ମେୟର୍‌ ନିର୍ବାଚିତ ହେବା କଥା। କିନ୍ତୁ, ପୌର ନିର୍ବାଚନ ହେବାର ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ଦିଲ୍ଲୀ ମେୟର୍‌ ନିର୍ବାଚନ ହୋଇ ପାରୁନାହିଁ।

Breaking News