Report Card Odisha

| Daily Odia News

ଜେଲରେ ରହିବେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବେଆଇନ ଅର୍ଥ କାରବାର ମାମଲାରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯାଇଥିଲା। ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି | ବର୍ତ୍ତମାନ ପାଇଁ ସତ୍ୟେନ୍ଦ୍ର ଜୈନଙ୍କୁ ନ୍ୟାୟିକ ହେପାଜତରେ ତିହାର ଜେଲରେ ରହିବାକୁ ପଡିବ। ରାଉଜ ଆଭେନ୍ୟୁରେ ଥିବା ସ୍ୱତନ୍ତ୍ର ଜଜ୍ ଗୀତାଞ୍ଜଳି ଗୋଏଲଙ୍କ ଖଣ୍ଡପୀଠ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ ଖାରଜ କରି କହିଛନ୍ତି ବର୍ତ୍ତମାନ ତାଙ୍କୁ ଜାମିନ ପ୍ରଦାନ କରିବା ଠିକ ହେବ ନାହିଁ। ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ତଦନ୍ତ ଜାରି ରହିଛି। ଏବେ ବି ଇଡି ଚଢ଼ାଉ ଜାରି ରହିଛି। ଆଉ କୋର୍ଟ କହିଛନ୍ତି ଯେ ତେଣୁ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଖାରଜ କରାଯାଇଛି । ସୂଚନା ଥାଉ କି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯିବା ପରେ ତାଙ୍କ ପାଖରେ ଥିବା ସମସ୍ତ ବିଭାଗ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ମନି ଲଣ୍ଡରିଂ ଆକ୍ଟ (PMLA) ର ଅପରାଧିକ ବିଭାଗ ଅଧୀନରେ ଆମ୍ ଆଦମୀ ପାର୍ଟି (ଏଏପି) ନେତା ତଥା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନାଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଆୟଠାରୁ ଅଧିକ ସମ୍ପତ୍ତି ଜବତ ଓ ମନି ଲଣ୍ଡ୍ରିଙ୍ଗ (ବେଆଇନ ଅର୍ଥ କାରବାର) ଅଭିଯୋଗରେ ଗତ ମେ ୩୦ରେ ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା । ଏହା ସହିତ ଇଡି ପକ୍ଷରୁ ସତ୍ୟେନ୍ଦ୍ର ଜୈନ ଓ ତାଙ୍କ ସହଯୋଗୀଙ୍କ ଘରେ ଚଢଉ କରି ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ କରାଯାଇଥିଲା । ଏହା ସହିତ କେତେକ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିଲା । ତାଙ୍କ ପତ୍ନୀ ଓ ଝିଅଙ୍କ ନାମରେ ୧୬ କୋଟିର ଠକେଇ ଅଭିଯୋଗ ମଧ୍ୟ ରହିଛି । ଅର୍ଥ ହେରଫେର ମାମଲାର ତଦନ୍ତର ଏକ ଅଂଶ ଭାବରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ତାଙ୍କ କଥିତ ସହଯୋଗୀଙ୍କ ପରିସରରେ ଚଢାଉ କରାଯିବା ପରେ ୨.୮୫ କୋଟି ଟଙ୍କା ଏବଂ ୧୩୩ଟି ସ୍ବର୍ଣ୍ଣ ମୁଦ୍ରା (ଯାହାର ଓଜନ ୧.୮ କିଲୋଗ୍ରାମ) ଜବତ କରାଯାଇଥିଲା |

 

Breaking News