ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ୍ଙ୍କୁ ଦିଲ୍ଲୀ ପୋଲିସ ପୁଣି ସମନ ଜାରି କରିଛି। ସମନରେ ଜାକଲିନଙ୍କୁ ସେପ୍ଟେମ୍ବର ୧୪ ରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି । ଦିଲ୍ଲୀ ପୋଲିସ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଜାକଲିନଙ୍କୁ ତୃତୀୟ ସମନ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ପୋଲିସ ଜାରି କରିଥିବା ଦୁଇଟି ସମନକୁ ଜାକଲିନ ଏଡାଇ ଯାଇଥିଲେ। ପ୍ରଥମ ସମନରେ ଅଗଷ୍ଟ ୨୯ ଓ ଦ୍ବିତୀୟ ସମନରେ ସେପ୍ଟେମ୍ବର ୧୨ରେ ହାଜର ହେବାକୁ ଜାକଲିନଙ୍କୁ କୁହାଯାଇଥିଲା । ମାତ୍ର ବ୍ୟସ୍ତତା ଯୋଗୁଁ ସେ ହାଜର ହୋଇପାରି ନଥିଲେ। ଜାକଲିନ୍ ଓ ତାଙ୍କ ସାଥୀ ସୁକେଶ ଚନ୍ଦ୍ରଶେଖର ପ୍ରାୟ ୨୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିଥିବା ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ତଦନ୍ତ କରୁଛି । ଜାକଲିନଙ୍କ ସାଥୀ ସୁକେଶ ଏବେ ତିହାର ଜେଲ୍ରେ ବନ୍ଦୀ ଅଛି। ସୁକେଶ ଦିଲ୍ଲୀରେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ୨୧୫ କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..