Report Card Odisha

| Daily Odia News

ସେନା ସାହାଯ୍ୟ ମାଗିଲେ କେଜ୍‌ରିଓ୍ବାଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ଭାରତ ବର୍ଷା ବିପର୍ଯ୍ୟୟ ଟାଳିନାହିଁ |ବର୍ଷା ଓ ବନ୍ୟା ଉତ୍ତର ଭାରତ‌ର ବିଭିନ୍ନ ଅଂଶରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଦିଲ୍ଲୀରେ ଯମୁନାର ଜଳସ୍ତର ବୃଦ୍ଧି ପାଉଛି। ଏହି କାରଣରୁ ଆଇଟିଓ ଏବଂ ଦିଲ୍ଲୀର ଆଖପାଖ ଅଞ୍ଚଳକୁ ଜଳ ପ୍ରବେଶ କରିବାକୁ ଲାଗିଛି। ଯମୁନା ଜଳ ସହରରେ ପ୍ରବେଶ ନ କରିବା ପାଇଁ ଦିଲ୍ଲୀର ସରକାରୀ କର୍ମଚାରୀମାନେ ରାତିସାରା କାମ କରୁଛନ୍ତି। ଏହା ସତ୍ତ୍ୱେ ସେ ସଫଳତା ପାଇ ନାହାଁନ୍ତି। ବର୍ତ୍ତମାନ ଅବସ୍ଥା ଆହୁରି ଖରାପ ହୋଇଥିବାର ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସେନା ଏବଂ ଏନ୍‌ଡିଆରଏଫ ଦଳକୁ ଘଟଣାସ୍ଥଳକୁ ପଠାଇବାକୁ ଦାବି କରିଛନ୍ତି। କେଜ୍‌ରିଓ୍ବାଲ ଏ ସମ୍ପର୍କରେ ଏକ ଟୁଇଟ କରିଛନ୍ତି। ଏହି ଟୁଇଟରେ ସେ ଲେଖିଛନ୍ତି, ସହର ଭିତରକୁ ଯମୁନା ପାଣି ଆସୁଥିବାରୁ ଆଇଟିଓ ଏବଂ ଏହାର ଆଖପାଖରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଇଞ୍ଜିନିୟରମାନେ ରାତିସାରା କାମ କରୁଛନ୍ତି। ମୁଁ ବର୍ତ୍ତମାନ ମୁଖ୍ୟ ସଚିବଙ୍କୁ ସେନା ଏବଂ ଏନଡିଆରଏଫର ସାହାଯ୍ୟ ମାଗିବାକୁ ନିର୍ଦ୍ଦେଶ ଦେଇଛି। ଏହାକୁ ତୁରନ୍ତ ଠିକଖ କରାଯିବା ଉଚିତ୍‌।

Breaking News