Report Card Odisha

| Daily Odia News

ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାୟୁ ପ୍ରଦୂଷଣ ମାମଲାର ଶୁଣାଣି ଅବସରରେ ମାନ୍ୟବର ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ସ୍କୁଲ ଖୋଲିବା ନେଇ ଭର୍ତ୍ସନା କରିଛନ୍ତି । ମାନ୍ୟବର ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି ଯେ ବୟସ୍କ ଲୋକମାନେ ମାତ୍ରାଧିକ ବାୟୁ ପ୍ରଦୂଷଣ ପରିସ୍ଥିତିରେ ନିଜ ଘରେ ରହି କାମ କରୁଥିବାବେଳେ ପିଲାମାନଙ୍କୁ କାହିଁକି ସ୍କୁଲ ଯିବାକୁ ବାଧ୍ୟ କରାଯାଉଛି । ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଉଥିଲେ ମଧ୍ୟ ତାହା ରୋକିବା ଦିଗରେ କିଛି କରାଯାଉନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା ଯେ ଶିଳ୍ପ ସଂସ୍ଥାଗୁଡିକ ପ୍ରଦୂଷଣ ନିୟନ୍ତ୍ରଣ ସର୍ତ୍ତକୁ ପାଳନ କରୁନଥିବା ଲକ୍ଷ୍ୟ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା ସର୍ବୋଚ୍ଚ ଅଦାଲତଙ୍କ ନିକଟରେ କହିଥିଲେ ଯେ, ସବୁକିଛି କ୍ଷିପ୍ର ଗତିରେ ଘଟୁଛି ଏବଂ ଅଧିକାରୀମାନେ ଚବିଶ ଘଣ୍ଟିଆ କାମ କରୁଛନ୍ତି । ଏହା ପୂର୍ବରୁ ସୋମବାର ଦିନ ସର୍ବୋଚ୍ଚ ଅଦାଲତ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତରକୁ ନେଇ ଚିନ୍ତା ପ୍ରକଟ କରିଥିଳେ । ବିୋଷକରି କୋଭିଡ-୧୯ର ବିପଦ ପୁଣି ଦେଖାଦେଇଥିବାବେଳେ ବାୟୁ ପ୍ରଦୂଷଣ ପରିସ୍ଥିତିକୁ ଅଧିକ ଗମ୍ଭୀର କରିବା ଆଶଙ୍କା ଥିବା ସୁପ୍ରିମକୋର୍ଟ କହିଥିଲେ । ଏଥିସହିତ ସ୍ଥିତି ନିୟନ୍ତ୍ରଣ କରିବାକୁ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି ତାହା ସର୍ବୋଚ୍ଚ ଅଦାଲତ ଜାଣିବାକୁ ଚାହିଁଥିଲେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନା ଏବଂ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ପୀଠ ଦିଲ୍ଲୀ, ପଞ୍ଜାବ, ହରିଆଣା ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ବାୟୁ ପ୍ରଦୂଷଣ ସ୍ତର ନିୟନ୍ତ୍ରଣ କରିବା ଦିଗରେ ନେଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ଆଦେଶ ଦେଇଥିଲେ ।

Breaking News