ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ଦୁଇବର୍ଷ କରୋନା ପାଇଁ ଶିକ୍ଷା ପ୍ରଭାବିତ ହୋଇଛି | ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅନେକ ରାଜ୍ୟରେ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହେବାରେ ଲାଗିଛି । ଦିଲ୍ଲୀ ସରକାର ସ୍କୁଲ ଓ କଲେଜ ଖୋଲିଛନ୍ତି । ଆଜିଠାରୁ ପୁଣିଥରେ ସମସ୍ତ ସ୍କୁଲ, କଲେଜ ଖୋଲିଛି । ୫୦% ଛାତ୍ରଛାତ୍ରୀଙ୍କୁ ନେଇ ସବୁ ଶ୍ରେଣୀର ପାଠପଢ଼ା ଆରମ୍ଭ ହୋଇଛି । ତେବେ ଆଜିଠାରୁ ସବୁ ସ୍କୁଲ ଓ କଲେଜ ଖୋଲିବାକୁ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ଦିଲ୍ଲୀର ଡିଡିଏମଏ । ଗାଇଡଲାଇନ୍ ମୁତାବକ, ଅଫଲାଇନ୍ କ୍ଲାସ ସମେତ ଅନଲାଇନ୍ କ୍ଲାସ ବି ଚାଲିବ । ସ୍କୁଲ ଖୋଲିବା ପରେ ପିଲାଙ୍କୁ କ୍ଲାସରୁମ ପଠାଇବାକୁ ପାଇଁ କୌଣସି ଅଭିଭାବକଙ୍କୁ ବାଧ୍ୟ କରାଯିବ ନାହିଁ । ଶିକ୍ଷକଙ୍କ ଟିକାକରଣ ଅତ୍ୟନ୍ତ ଆବଶ୍ୟକ । ପ୍ରାୟ ୯୮% ଶିକ୍ଷକ-ଶିକ୍ଷୟିତ୍ରୀ ଟିକାର ଗୋଟିଏ ଡୋଜ୍ ନେଇଥିବା ଜରୁରୀ ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..