Report Card Odisha

| Daily Odia News

ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ କଲେ ସରକାର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନର ଚେତାବନୀ ପରେ ପୁଣି ଆକ୍ସନ ମୋଡକୁ ଆସିଲେ ଦିଲ୍ଲୀ ସରକାର। ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଥିବାରୁ ପୁଣିଥରେ ସମସ୍ତ ସ୍କୁଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି। ଶୁକ୍ରବାର ଅର୍ଥାତ ଆସନ୍ତାକାଲି ଠାରୁ ଏହି ନିୟମ କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଲ ରାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଦୂଷଣ ସ୍ଥିତିରେ ସୁଧାର ଆସିବାର ପୂର୍ବାନୁମାନ କରି ଆମେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ ବାୟୁର ଗୁଣବତ୍ତା ପୁଣିଥରେ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆମେ ଶୁକ୍ରବାର ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛୁ। ଏହାପୂର୍ବରୁ ପ୍ରଦୂଷଣ ପାଇଁ ଦିଲ୍ଲୀ ସରକାର ପ୍ରାୟ ୧୫ ଦିନ ସ୍କୁଲ ବନ୍ଦ କରିଥିଲେ। ଏହାପରେ ନଭେମ୍ବର ୨୯ରୁ ସ୍କୁଲ ଖୋଲିଥିଲା। ତଥାପି ପିଲାମାନଙ୍କ ପାଇଁ ଅନଲାଇନ କ୍ଲାସର ବିକଳ୍ପ ମଧ୍ୟ କରାଯାଇଥିଲା। ହେଲେ ଆଜି ପ୍ରଦୂଷଣ ଜନିତ ଶୁଣାଣି ବେଳେ ସୁପ୍ରିମକୋର୍ଟ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷି ଥିଲେ। ଏଥିସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ୨୪ ଘଣ୍ଟାର ସମୟ ଧାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟଙ୍କ ଛାଟ ପରେ ଦିଲ୍ଲୀ ସରକାର ବାଟକୁ ଆସି ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ସ୍କୁଲ ବନ୍ଦ ରହିଥିଲେ ହେଁ ପୂର୍ବଭଳି ପିଲାମାନେ ଅନଲାଇନରେ ପାଠ ପଢ଼ିପାରିବେ।

Breaking News