Report Card Odisha

| Daily Odia News

ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହେଲା ସ୍କୁଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ବିଗିଡ଼ିବାରେ | ଘରୁ ବାହାରିବା ସହିତ ଶ୍ୱାସକ୍ରିୟାରେ ଅନେକ ଅସୁବିଧାରେ ସମୁଖୀନ ହେଉଛନ୍ତି ଦିଲ୍ଲୀବାସୀ | ଶୀତ ବଢ଼ିବା ସହ ଦିଲ୍ଲୀରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ସ୍କୁଲଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟି ଘୋଷଣା କରିଛନ୍ତି। ଏନେଇ ଆଜି ଦିଲ୍ଲୀ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ସୂଚନା ଅନୁସାରେ- ପୂର୍ବରୁ ଦିଲ୍ଲୀ ସରକାର ୭ ଦିନ ପାଇଁ ସ୍କୁଲ ଓ କଲେଜ ବନ୍ଦ କରିଥିଲେ। ଆଜି ଏହି ଅବଧି ଶେଷ ହେଉଥିବା ବେଳେ ଆସନ୍ତାକାଲି ଠାରୁ ସ୍କୁଲ ଖୋଲିବାର ଥିଲା। କିନ୍ତୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବାରୁ ସରକାର ଆଜି ସ୍କୁଲ ଗୁଡ଼ିକୁ ପରବର୍ତ୍ତୀ ନୋଟିସ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସ୍କୁଲ ବନ୍ଦ ରହିଥିଲେ ହେଁ ପିଲାମାନେ ଅନଲାଇନରେ ପାଠ ପଢ଼ିପାରିବେ। ଏଥିପାଇଁ ସବୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବ୍ୟବସ୍ଥା କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀର ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ପରିବେଶ ମନ୍ତ୍ରୀ ଗୋପାଲ ରାୟ ଆଜି ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ପୂର୍ବରୁ ପ୍ରଦୂଷଣକୁ କମ କରିବାକୁ ଲାଗିଥିବା କଟକଣାର ଅବଧି ରବିବାର ଆସିବ। ତେଣୁ ଆଉ କ’ଣ କଟକଣା ଲାଗିବ ଓ ସ୍ଥିତିକୁ କେମିତି ନିୟନ୍ତ୍ରଣ କରାଯିବ, ସେ ବିଷୟରେ ବୈଠକରେ ଆଲୋଚନା କରାଯାଉଛି।

Breaking News