ରିପୋର୍ଟ କାର୍ଡ / ମୁମ୍ବାଇ
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ବଢ଼ିଲା ଅଡୁଆ | ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବଙ୍କ ବିରୋଧରେ ଇଡି ଯାଞ୍ଚ ଦାବି କରି ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଛି | ଆଜି ଭାରତୀୟ ଜନତା ପାର୍ଟି ନେତା କିରିଟ ସୋମେୟା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପତ୍ତି ବିରୋଧରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଛନ୍ତି। ଏହା ମାଧ୍ୟମରେ ସେ ଉଦ୍ଧବଙ୍କ ସମ୍ପତ୍ତିର ତଦନ୍ତ ଦାବି କରିଛନ୍ତି। ତେବେ, ଏପର୍ଯ୍ୟନ୍ତ ଏହି ଜନସ୍ବାର୍ଥ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇନାହିଁ। ଏହି ସମ୍ପତ୍ତିକୁ ମହାରାଷ୍ଟ୍ରର ରାୟଗଡର ମୁରୁଦ ତାଲୁକାରେ ସିଏମ ଠାକରେଙ୍କ ସ୍ତ୍ରୀ ଏବଂ ଶିବସେନା ବିଧାୟକ ରବିନ୍ଦ୍ର ୱାଇକରଙ୍କ ପତ୍ନୀ ମନୀଷା ଏକାଠି କିଣିଥିବା ଅଭିଯୋଗ ହୋଇଛି। ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ପତ୍ତିର ତଦନ୍ତ ପାଇଁ ଭାଜପା ନେତା ଦାବି କରିଛନ୍ତି। ଏହା ବ୍ୟତୀତ ସେ ଦାବି କରିଛନ୍ତି ଯେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏବଂ ଅନ୍ୟାନ୍ୟ ଏଜେନ୍ସିମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଏବଂ ତାଙ୍କ ପରିବାର ଦ୍ୱାରା ଆଲିବାଗ ସମ୍ପତ୍ତିର ବୈଧ୍ୟତା ଯାଞ୍ଚ କରନ୍ତୁ। ସୋମେୟା ତାଙ୍କ ଆବେଦନରେ ଦାବି କରିଛନ୍ତି ଯେ ଉଦ୍ଧବ ଏବଂ ବିଧାୟକ ୱାଇକର ନିର୍ବାଚନ ସତ୍ୟପାଠରେ ସମ୍ପତ୍ତି ସମ୍ପର୍କରେ କୌଣସି ସୂଚନା ନ ଦେଇ ଏହାକୁ ଲୁଚାଇ ରଖିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଉଦ୍ଧବ ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ର ଉଲ୍ଲଂଘନ କରିଛନ୍ତି। ସେ ଦାବି କରିଛନ୍ତି ଯେ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଅଧୀନରେ ଆସିବା ପରେ ମଧ୍ୟ ରଶ୍ମୀ ଠାକରେ ଏବଂ ମନୀଷା ୱାଇକର କୌଣସି ପରିବେଶ କିମ୍ବା ଜଙ୍ଗଲ ମଞ୍ଜୁରୀ ନେଇ ନାହାନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..