Report Card Odisha

| Daily Odia News

ରଣେନ୍ଦ୍ରଙ୍କୁ କଡ଼ା ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଧାନସଭାରେ ୱାଲଟିଅର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ପ୍ରସଙ୍ଗରେ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବା ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କଡ଼ା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଓଡ଼ିଶାର ଗୋଟେ ଇଞ୍ଚ ମଧ୍ୟ ଅଲଗା ରାଜ୍ୟକୁ ଯିବ ନାହିଁ | ଇଷ୍ଟ କୋଷ୍ଟ ତିନୋଟି ଡିଭିଜନ ନେଇ ଚାଲିବ | ୟୁପିଏ ସରକାର ସର୍ଦନ ଡିଭିଜନ କରିବାକୁ ଚାହୁଁଥିଲେ। ସେତେବେଳେ ଆପଣଙ୍କ ବିଜେଡି ସାଂସଦମାନେ କଣ କରୁଥିଲେ? ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଓଡ଼ିଶାର ଗୋଟେ ଇଞ୍ଚ ମଧ୍ୟ ଅଲଗା ରାଜ୍ୟକୁ ଯିବ ନାହିଁ | ଇଷ୍ଟ କୋଷ୍ଟ ତିନୋଟି ଡିଭିଜନ ନେଇ ଚାଲିବ | ୟୁପିଏ ସରକାର ସର୍ଦନ ଡିଭିଜନ କରିବାକୁ ଚାହୁଁଥିଲେ। ସେତେବେଳେ ଆପଣଙ୍କ ବିଜେଡି ସାଂସଦମାନେ କଣ କରୁଥିଲେ? ଗୃହରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ପୂର୍ବତଟ ରେଳପଥ ହୋଇଥିଲା। ଆମକୁ ଲଜ୍ଜା ଲାଗୁଚି, ଆମେ ରେଳ ମନ୍ତ୍ରୀଙ୍କୁ ଭୋଟ ଦେଇ ଦିଲ୍ଲୀ ପଠାଇଛୁ | ଆମେ ଜାଣିଚୁ ତାଙ୍କର ଓଡ଼ିଶା ପ୍ରୀତି ନାହିଁ | ୱାଲଟିଅର ଡିଭିଜନକୁ ଯଦି ସାଉଥ ସେଣ୍ଟ୍ରାଲ ରେଲୱେ, ବିଶାଖାପାଟଣା ସହିତ ମିଶାଇ ଦିଆଯାଏ, ତେବେ ଓଡ଼ିଶାର ୨୦ ହଜାର କୋଟି ଟଙ୍କାର ରାଜସ୍ବ ହାନି ହେବ|

Breaking News