Report Card Odisha

| Daily Odia News

ସିସୋଦିଆ କହିଲେ-ମିସ୍‌ ୟୁ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାବୁକ ହେଲେ ଆମ୍‌ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସେ ଭାବୁକ ହୋଇ ଜେଲ ଭିତରୁ ଚିଠି ଲେଖିଛନ୍ତି। ସେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳିର ଲୋକଙ୍କ ପାଖକୁ ଏକ ଚିଠି ଲେଖି ଖୁବ ଶୀଘ୍ର ବାହାରେ ଦେଖା ହେବ ମିସ୍‌ ୟୁ ବୋଲି କହିଛନ୍ତି। ତଥା କଥିତ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆ ତିହାର ଜେଲ ଭିତରୁ ତାଙ୍କ ବିଧାନସଭା ମଣ୍ଡଳୀର ଲୋକଙ୍କୁ ଏକ ଭାବପ୍ରବଣ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି, ‘ଗତ ଏକ ବର୍ଷ ମଧ୍ୟରେ ମୁଁ ସମସ୍ତଙ୍କୁ ମିସ୍‌ କରୁଛି। ଯେପରି ସ୍ୱାଧୀନତା ପାଇବା ସମୟରେ ସମସ୍ତେ ଯୁଦ୍ଧ କରିଥିଲେ, ସେହିଭଳି ଆମେ ଭଲ ଶିକ୍ଷା ଏବଂ ବିଦ୍ୟାଳୟ ପାଇଁ ସଂଗ୍ରାମ କରୁଛୁ। ବ୍ରିଟିଶ ଏକଛତ୍ରବାଦୀ ଶାସନ ପରେ ମଧ୍ୟ ସ୍ୱାଧୀନତାର ସ୍ୱପ୍ନ ସାକାର ହେଲା। ସେହିଭଳି, ଦିନେ ପ୍ରତ୍ୟେକ ପିଲା ଉପଯୁକ୍ତ ଏବଂ ଭଲ ଶିକ୍ଷା ପାଇବେ।

Breaking News