ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ବ୍ୟାଙ୍କିଂ କ୍ଷେତ୍ରରେ ଆସିବାକୁ ଯାଉଛି ବଡ ପରିବର୍ତ୍ତନ। ବ୍ୟାଡ୍ ବ୍ୟାଙ୍କ ପାଇଁ ୩୦ ହଜାର ୬ଶହ କୋଟି ଟଙ୍କାର ଗ୍ୟାରେଂଟି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ଫଳରେ ବ୍ୟାଙ୍କ ଗୁଡିକ ନିଜ ସମ୍ପତ୍ତିକୁ ନାସନାଲ ଆସେଟ୍ ରିକଂଷ୍ଟ୍ରକସନ୍ କମ୍ପାନୀ ଲିମିଟେଡକୁ ବିକ୍ରି କରିବା ସହଜ ହେବ । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବା ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି,ଗତ ୬ ବର୍ଷ ମଧ୍ୟରେ ୫ ଲକ୍ଷ କୋଟି ଟଙ୍କାର ଋଣ ଆଦାୟ ହୋଇଛି | ସେଥିମଧ୍ୟରୁ ୩ ଲକ୍ଷ କୋଟି ମାର୍ଚ୍ଚ ୨୦୧୮ରୁ ଆଦାୟ ହୋଇଛି। ସେହିପରି ୨୦୧୮-୧୯ରେ ୧.୨ ଲକ୍ଷ କୋଟି ଆଦାୟ ହୋଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୧୮ରେ ୨୧ଟି ପବ୍ଲିକ୍ ସେଟ୍କର ବ୍ୟାଙ୍କ ମଧ୍ୟରୁ କେବଳ ଦୁଇଟି ବ୍ୟାଙ୍କ ଲାଭବାନ ହୋଇଥିବା ବେଳେ ୨୦୨୧ରେ କେବଳ ଦୁଇଟି ବ୍ୟାଙ୍କ କ୍ଷତି ସହିଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ବ୍ୟାଙ୍କ ଗୁଡିକର ଏନ୍ପିଏକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାଡ ବ୍ୟାଙ୍କ ଗଠନ କରାଯାଇଛି । ତେବେ ଏହା ଏକ ବ୍ୟାଙ୍କ ନୁହେଁ ବରଂ ଏହା ଏକ ଆସେଟ୍ ରିକଂଷ୍ଟ୍ରକସନ୍ କମ୍ପାନୀ ବ୍ୟାଙ୍କ ମାନଙ୍କରେ ଫଶି ରହିଥିବା ଋଣ କିଣି ତାର ସଠିକ ପରିଚାଳନା କରିଥାଏ ଏହି ବ୍ୟାଡ ବ୍ୟାଙ୍କ୍।






More Stories
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଇରାନ ସହ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ…..
ସଂକଳ୍ପ ପତ୍ର ପ୍ରକାଶ କଲା ବିଜେପି…..