ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଙ୍କୁ ଆଜି ପୋଲିସ ଅଟକ ରଖିଛି। ଫଡନାବିସ୍ ଏନ୍ସିପି ନେତା ନବାବ ମଲିକଙ୍କ ବିରୋଧରେ ଶୋଭାଯାତ୍ରାରେ କରିଥିଲେ। ତେବେ ଦେବେନ୍ଦ୍ର ଫଡନାବିସ ଓ ଅନ୍ୟ ନେତାଙ୍କୁ ମେଟ୍ରୋ ଜଙ୍କସନ ଠାରୁ ଆଗକୁ ଯିବାକୁ ଦେଇନଥିଲା ପୋଲିସ। ସେମାନଙ୍କୁ ସେଠାରୁ ହିଁ ଉଠାଇନେଇଥିଲା। ବିଜେପି ନେତାମାନଙ୍କୁ ଅଟକ ରଖିବା ପରେ କାର୍ଯ୍ୟାଳୟରେ ଜୋରସୋରରେ ନାରାବାଜି ହୋଇଥିଲା। ସୂଚନା ମୁତାବକ, ଦେବେନ୍ଦ୍ର ଫଡନାବିସ ଏବଂ ବିଜେପିର ଅନ୍ୟ ନେତାମାନେ ମିଶି ଏନ୍ସିପି ନେତା ନବାବ ମଲିକଙ୍କ ଇସ୍ତଫା ଦାବିରେ ଆଜାଦ ମୈଦାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି କାରଣ ଯୋଗୁ ସେମାନଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି | ମେଟ୍ରୋ ସିନେମା ନିକଟରେ ଲାଗିଥିବା ବ୍ୟାରିକେଡସ୍ ହଠାଇ ସର୍ବସାଧାରଣଙ୍କ ପାଇଁ ରାସ୍ତା ଖୋଲା ଯାଇଛି। ସୂଚନାଯୋଗ୍ୟ ଯେ, ନବାବ ମଲିକଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ମୁମ୍ବାଇର ଅଣ୍ଡରୱାର୍ଲ୍ଡ ଡନ୍ ତଥା ପଳାୟନ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଓ ତାଙ୍କ ସମ୍ପର୍କୀୟ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ପ୍ରଥମେ ନବାବଙ୍କୁ ପୁରାଉଚରା କରିଥିଲା। ଏହାପରେ ତାଙ୍କୁ ଗିରଫ କରିଥିଲା।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..