ରିପୋର୍ଟ କାର୍ଡ / ରାୟଗଡ଼ା
ରାୟଗଡ଼ା ଡିଏଫଓ ଡ.ବିଜୟ କୁମାର ପରିଡ଼ା ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗତ ଅଗଷ୍ଟ ୨୪ ତାରିଖରେ ଭିଜିଲାନ୍ସ ବିଭାଗ ରାୟଗଡା ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା । ନିଜ ଆୟର ୨୦୬ ଗୁଣା ଅଧିକ ସ୍ଥାବର ଅସ୍ଥାବର ସମ୍ପତ୍ତି ତାଙ୍କ ନିକଟରୁ ଉଦ୍ଧାର ହୋଇଥିଲା । ଯାହାର ସଠିକ୍ ହିସାବ ଦେଇ ନପାରି ଗିରଫ ହୋଇଥିଲେ ରାୟଗଡା ଡିଏଫଓ ବିଜୟ ପରିଡା । ତାଙ୍କୁ ଗିରଫ କରି ଭୁବନେଶ୍ଵର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ । ଏହାପରେ ଅଦାଲତ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ୨୪ ତାରିଖ ରାତିରେ ତାଙ୍କୁ ରାୟଗଡାସ୍ଥିତ ସରକାରୀ ବାସଭବନରୁ ଭୁବନେଶ୍ଵର ନେଇ ସେଠାରେ ପଚରାଉଚରା କରିବା ପରେ ୨୫ ତାରିଖରେ କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ । ଏ ନେଇ ଭୁବନେଶ୍ଵର ଭିଜିଲାନ୍ସ କେସ ନମ୍ବର ୨୦ ଅନୁଯାୟୀ ଡିଏଫଓଙ୍କ ସହ ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଥିବା ଜଣାପଡିଛି।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..