ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ତେଲେଙ୍ଗାନା ଡିଜିପି ନିଲମ୍ବିତ ହୋଇଛନ୍ତି। ଡିଜିପି ଅଞ୍ଜନୀ କୁମାରଙ୍କୁ ନିର୍ବାଚନ ଆୟୋଗ ଚାକିରୀରୁ ନିଲମ୍ବନ କରିଛନ୍ତି । ରାଜ୍ୟ କଂଗ୍ରେସ ମୁଖ୍ୟ ରେବନ୍ତ ରେଡ୍ଡୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇ ଡିଜିପି ନିଲମ୍ବିତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢିବା ନିଶ୍ଚିତ ହେବା ଖବର ଜଣାପଡ଼ିବା ପରେ ଡିଜିପି ଅଞ୍ଜନୀ କୁମାର ଅନ୍ୟ ତିନିଜଣ ପୋଲିସ ଅଧିକାରୀଙ୍କୁ ସାଥିରେ ନେଇ ରେଡ୍ଡୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଏହି ସମୟରେ ରେବନ୍ତ ରେଡ୍ଡୀଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ ଅଞ୍ଜନୀ କୁମାର। ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଥିବା ବେଳେ ଡିଜିପିଙ୍କ ଏହି ସାକ୍ଷାତ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇ ନିର୍ବାଚନ ଆୟୋଗ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..