Report Card Odisha

| Daily Odia News

ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ଡିଜିପ…..

ରିପୋର୍ଟ କାର୍ଡ / ପୁରୀ

ଆଉ ଦୁଇ ଦିନ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା | ଉତ୍ସବ ମୁଖର ହୋଇଉଠିଛି ପୁରୀ | ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରୁଛନ୍ତି | ମହାପ୍ରଭୁଙ୍କ ଘୋଷଯାତ୍ରା-୨୦୨୪ ପାଇଁ ଆଜି ଅପରାହ୍‌ଣରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅରୁଣ କୁମାର ଷଡ଼ଙ୍ଗୀ ପୁରୀରେ ସମୀକ୍ଷା ବୈଠକ କରିଛନ୍ତି। ପୌର ସଦନରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶାନ୍ତିଶୃଙ୍ଖଳା ଓ କଡ଼ାସୁରକ୍ଷା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଚଳିତ ଥର ରଥଯାତ୍ରାରେ ୧୮୦ ପ୍ଲାଟୁନ ପୋଲିସ ମୁତୟନ ହେବେ। ସେହିପରି ରଥଯାତ୍ରା ଉପରେ ପ୍ରାୟ ୫୦୦ ପୋଲିସ ଅଧିକାରୀ ନଜର ରଖିବେ। ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ପାଇଁ ମକଡ୍ରିଲ ଅନୁଷ୍ଠିତ ‌ହୋଇଛି। ପୁରୀରେ ଅଗ୍ନିଶମ, ଏନଡିଆରଏଫ ଏବଂ ଓଡ୍ରାଫ୍ ପକ୍ଷରୁ ମକଡ୍ରିଲ କରାଯାଇଛି। କୌଣସି ପ୍ରକାରର ଅଘଟଣ ଘଟିଲେ ତାର କିପରି ମୁକାବିଲା କରାଯିବ ସେନେଇ ଅଭ୍ୟାସ କରାଯାଇଛି। ରଥଯାତ୍ରା ସମୟରେ ବଡ଼ ଦାଣ୍ଡରେ ଯଦି କୌଣସି ଭକ୍ତ ଅସୁସ୍ଥ ହୋଇପଡନ୍ତି ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା। ଏବଂ ଗ୍ରିନ କରିଡର କରି କିଭଳି ଆମ୍ବୁଲାନ୍ସ ଯୋଗେ ମେଡିକାଲ ପହଂଚାଇବା ତାକୁ ନେଇ ମକଡ୍ରିଲ କରାଯାଇଛି। ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରଥଯାତ୍ରା ସମୟରେ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ କିଭଳି ସମନ୍ବୟ ରଖି କାର୍ୟ୍ୟ କରାଯିବ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ଜିଲ୍ଲାପାଳ। ଆଜି ବଡ଼ ଦାଣ୍ଡରେ ଅଗ୍ନିଶମ, ଏନଡିଆରଏଫ, ଓଡ୍ରାଫ୍, ମେଡିକାଲ, ପୋଲିସ , ପରିବହନ, ଆମ୍ବୁଲାନ୍ସ, ପୂର୍ତ୍ତ ବିଭାଗ, ପୌର ପ୍ରଶାସନ ଆଦି ବିଭାଗ ପକ୍ଷରୁ ସମ୍ମିଳିତ ମକଡ୍ରିଲ କରାଯାଇଛି। ଯାହାର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସଙ୍କର ସ୍ବାଇଁ।

Breaking News