Report Card Odisha

| Daily Odia News

ଧାମନଗରରେ ସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି…..

ରିପୋର୍ଟ କାର୍ଡ / ଭଦ୍ରକ

ଭଦ୍ରକ ଜିଲ୍ଲା ଧାମନଗରରେ ପୋଲିସ ଡିଜି ୱାଇ.ବି ଖୁରାନିଆ ସ୍ଥିତିର ସମୀକ୍ଷା କରିଛନ୍ତି। ପୋଲିସ ଡିଜି ବରିଷ୍ଠ ଅଧିକାରୀମାନଙ୍କ ସହ ଧାମନଗର ଥାନାରେ ଆଲୋଚନା କରିଛନ୍ତି। ଏଥିରେ ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍‌ପି ମଧ୍ୟ ଉପସ୍ଥିତ ଥିଲେ। ସମୀକ୍ଷା ପରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଡିଜିପି ନିବେଦନ କରିଛନ୍ତି। ସୂଚନା ଅନୁସାରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କରାଯାଉଛି। ଏହି ଅବସରରେ ସେ କହିଛନ୍ତି, ଅଯଥା ସୋସିଆଲ ମିଡିଆ ପୋଷ୍ଟରେ କମେଣ୍ଟ କରନ୍ତୁ ନାହିଁ। ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ଓ ଧାମନଗରରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ବୋଲି ଆଇଜି ପି. ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି। ସେଥିରୁ ଭଦ୍ରକ ଥାନା ଅଞ୍ଚଳରେ ଗିରଫ ସଂଖ୍ୟା ୧୦ ଥିବାବେଳେ ଆଜି ସୁଦ୍ଧା ଧାମନଗର ପୋଲିସ ୧୭ ଜଣଙ୍କୁ ଗିରଫ କରିଥିବା ଏସଡିପିଓ ତ୍ରିଲୋଚନ ସେଠୀ ସୂଚନା ଦେଇଛନ୍ତି। ଧାମନଗର ସହରାଞ୍ଚଳ ସମେତ ଦୋବଲ ବଜାରରେ ଧାରା ୧୬୩ ବଳବତ୍ତର ରହିଥିଲେ ହେଁ କଟକଣାରେ କିଛିଟା କୋହଳ କରାଯାଇଛି।

Breaking News