Report Card Odisha

| Daily Odia News

କବାଟ ଭାଙ୍ଗି ଧବଳେଶ୍ୱରଙ୍କୁ ଦର୍ଶନ କଲେ ଭକ୍ତ…..

ରିପୋର୍ଟ କାର୍ଡ / କଟକ

ଆଠଗଡ଼ ବାବା ଧବଳେଶ୍ୱରଙ୍କ ମନ୍ଦିର ମୁଖ୍ୟ କବାଟ ଭାଙ୍ଗି ଦର୍ଶନ କଲେ ଭକ୍ତ । ଆଜି ବଡ଼ ଓଷାରେ ଶହ ଶହ ଶ୍ରଦ୍ଧାଳୁ ମନ୍ଦିରରେ ଭିଡ଼ ଜମାଇଥିଲେ। ତେବେ ଗତକାଲିରୁ ଲାଗି ରହିଥିବା ବିବାଦ ଯୋଗୁଁ ଆଜି ବି ମନ୍ଦିରରେ ଦର୍ଶନ ବନ୍ଦ ଥିଲା। ହେଲେ ବଢ଼ି ଭୋରରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ଆସି ପହଞ୍ଚିଥିଲେ। ବଡ଼ ସିଂହାର ବେଶରେ ଦର୍ଶନ କରିବାକୁ ଲୋକେ ଅପେକ୍ଷା କରି ଶେଷରେ ମୁଖ୍ୟ କବାଟକୁ ଭାଙ୍ଗି ଭିତରେ ପଶିଛନ୍ତି। ଧବଳେଶ୍ୱରଙ୍କ ମନ୍ଦିରେ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ପୂଜକ ମାନେ ମନ୍ଦିର ମୁଖ୍ୟଦ୍ୱାରରେ ଧାରଣାରେ ବସିଥିଲେ। ଯାହାଫଳରେ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ହେଲେ ଆଜି ଭକ୍ତମାନେ ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ଦର୍ଶନ କରିଥିବା ଜଣାପଡିଛି |

Breaking News