Report Card Odisha

| Daily Odia News

ଧବଳେଶ୍ଵରଙ୍କ ପୀଠରେ ଜାରି ହେବ ୧୪୪ ଧାରା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆରମ୍ଭ ହୋଇଯାଇଛି କାର୍ତ୍ତିକ ବ୍ରତ | ଆଉ ଦିନକ ପରେ କାର୍ତ୍ତିକ ମାସ ପ୍ରଥମ ସୋମବାର । କାର୍ତ୍ତିକମାସରେ ପ୍ରତି ସୋମବାର ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ଗହଳି ହୁଏ | କିନ୍ତୁ ଚାଳିତଥର ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇବେନି ଭକ୍ତ । କୋଭିଡ କଟକଣାକୁ ଆଖି ଆଗରେ ବାବା ଧବଳେଶ୍ଵରଙ୍କ ପୀଠରେ ଜାରି ହେବ ୧୪୪ ଧାରା। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ମାସର ପ୍ରଥମ ସୋମବାର ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ପ୍ରଥମ ସୋମବାର ଧବଳେଶ୍ୱର ପୀଠରେ ୧୪୪ଧାରା ଜାରୀ କରିଛି ଆଠଗଡ଼ ପ୍ରଶାସନ । ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଦେଲେ ସୂଚନା । ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଆଖି ଆଗରେ ରଖି କାର୍ତ୍ତିକ ମାସରେ ସମସ୍ତ କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପୀଠକୁ ନ ଆସିବାକୁ ବାରଣ କରାଯାଇଛି।

Breaking News