Report Card Odisha

| Daily Odia News

ଧାମନଗର ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆସନ୍ତାକାଲି ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଥରେ ସବୁ ପ୍ରକାର ପୋଲିଂ କର୍ମଚାରୀ ନିୟୋଜିତ ହୋଇ ସାରିଛନ୍ତି । ସମୁଦାୟ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ମତଦାନ ସଂପର୍କିତ ସମସ୍ତ ସୂଚନା ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରକାଶ କରିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି। ସେ କହିଛନ୍ତି, ଗତକାଲି ପ୍ରଚାର ସରିଛି। ବର୍ତ୍ତମାନ ‘ସାଇଲେଣ୍ଟ ପିରିୟଡ଼’ ଚାଲିଛି । ଏହି ସମୟରେ ଚେକିଂ କଡାକଡି କରାଯାଉଛି। ଆସନ୍ତାକାଲି ସକାଳ ୭ ରୁ ୬.୩୦ ପର୍ଯ୍ୟନ୍ତ ସମସ୍ତ ଏକ୍ସିଟ ପୋଲକୁ ନିଷେଧ କରାଯାଇଛି। ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥାବାର୍ତ୍ତା ହୋଇ ପାରିବେ ନାହିଁ । ଯଦି କେହି ନିୟମ ଉଲଂଘନ କରେ ତେବେ ତାଙ୍କୁ ଗିରଫ କରାଯିବ । ଭୋଟର ପରିଚୟ ପତ୍ର ଛଡା ୧୨ଟି ଅନ୍ୟ ଡ଼କ୍ୟୁମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ ମତଦାତା। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ମକପୋଲ ହେବ। ଧାମନଗରରେ ମୋଟ ୨୫୨ ବୁଥ କରାଯାଇଛି । ସେ ମଧ୍ୟରୁ ୧୧୦ ସମ୍ବେଦନଶୀଳ ବୁଥ ରହିଛି । ଆଉ ସେଥି ମଧ୍ୟରୁ ୧୨୬ଟିର ୱେବକାଷ୍ଟିଂ ହେବ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ୨୫ ଜଣ ମାଇକ୍ରୋ ଅଵଜରର୍ଭର ରହିଛନ୍ତି। ୧୫ଟି ମଡେଲ ବୁଥ ଓ ୫ଟି ପିଙ୍କ ବୁଥ କରାଯାଇଛି । ସାଇଲେଣ୍ଟ ପିରିୟଡ଼ଠୁ ନେଇ ଭୋଟ ପର୍ଯ୍ୟନ୍ତ ମଦ ବିକ୍ରି ବାରଣ କରାଯାଇଛି । ୪ ଟି ସେଣ୍ଟ୍ରାଲ ଟିମ ଓ ୧୦୦୦ଜଣ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।

Breaking News