ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧାମନଗର ଉପନିର୍ବାଚନ କୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ଆରୋପ ପ୍ରତ୍ୟାରୋପ କରାଯାଉଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହେଉଥିବା ବେଳେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ନେଇ ଦେଖାଦେଉଛି ସସ୍ପେନ୍ସ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସବୁ ପ୍ରସଙ୍ଗ ଉପରେ ନିଜ ମତାମତ ରଖିଛନ୍ତି। ଏଥିସହ ତଥ୍ୟ ସମ୍ବଳିତ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର। ଏନେଇ ସେ କହିଛନ୍ତି, ଧାମନଗର ଉପନିର୍ବାଚନ ପ୍ରକ୍ରିୟା ସୁରୁଖୁରରେ ଚାଲିଛି। ଆସନ୍ତା ନଭେମ୍ବର ୧ ତାରିଖ ସନ୍ଧ୍ୟାରେ ପ୍ରଚାର ସରିବ। ୩ ତାରିଖରେ ନିର୍ବାଚନ ହେବ। ୬ ତାରିଖରେ କାଉଣ୍ଟିଂ ହେବ ଓ ରେଜଲ୍ଟ ପ୍ରକାଶ ପାଇବ। ଧାମନଗରରେ ନିରପେକ୍ଷ ନିର୍ବାଚନ କରିବା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅବାଧ ନିର୍ବାଚନ କରାଯିବା ନିମନ୍ତେ ୧୧୦୮ ପୁଲିଂ ପର୍ସନ ନିୟୋଜିତ ହେବେ। ସେମାନେ ୨ ରାଉଣ୍ଡ ଟ୍ରେନିଂ ନେଇ ସାରିଛନ୍ତି। ଯେଉଁମାନଙ୍କୁ ପୁଲିଂ ପର୍ସନ ଭାବେ ନିୟୋଜିତ କରାଯାଇଛି, ସେମାନେ ଯେପରି ଉକ୍ତ ନିର୍ବାଚନ ମଣ୍ଡଳୀର ଭୋଟର ହୋଇ ନ ଥିବେ ବା ସେଠାରେ ସରକାରୀ ନିଯୁକ୍ତି ପାଇ ନ ଥିବେ ତାହା ଉପରେ କଡ଼ା ନଜର ରଖାଯାଇଛି। ଫଳରେ ନିରପେକ୍ଷ ଭୋଟ ଗ୍ରହଣ ହୋଇପାରିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର। ଚଳିତ ବର୍ଷ ଧାମନଗର ଉପନିର୍ବାଚନରେ ୫୦% ବୁଥ୍ରେ ୱେବକାଷ୍ଟ ହେବ। ଫଳରେ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର, ମୁଖ୍ୟ ନିର୍ବାଚନ କମିଶନ ନିଜ କାର୍ଯ୍ୟାଳୟରେ ଏହାକୁ ନିରୀକ୍ଷଣ କରିପାରିବେ। ଧାମନଗର ଉପନିର୍ବାଚନକୁ ସୁରୁଖୁରରେ କରିବା ନିମନ୍ତେ ୨ ସେଣ୍ଟ୍ରାଲ ଅବଜରଭର ଓଡ଼ିଶାରେ ପହଞ୍ଚି ସାରିଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗ କ୍ୟାଡର ଆଇଏଏସ୍ ନିରଞ୍ଜନ କୁମାର। ତାଙ୍କ ଫୋନ୍ ନଂ ହେଲା ୭୮୫୪୮୨୬୫୦୯। ସେହିପରି ରେଭିନ୍ୟୁ ଅଫିସର ଭାବେ ପ୍ରଣେଶ ଗୁପ୍ତା ଓଡ଼ିଶା ଆସିଛନ୍ତି। ତାଙ୍କ ଫୋନ୍ ନଂ ହେଉଛି ୮୨୬୦୭୪୫୬୨୬।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….