ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାର ଆସିଲା ପୋଷ୍ଟମର୍ଟମ ରିପୋର୍ଟ | ଶ୍ବାସରୁଦ୍ଧ ଯୋଗୁଁ ଧର୍ମେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି | ଶରୀରର ଆଉ କୌଣସି ସ୍ଥାନରେ ଚିହ୍ନ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି | ସୂଚନାଯୋଗ୍ୟ, ଶନିବାର ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନ ବାଲକୋନିରୁ ମିଳିଥିଲା । ମୃତ୍ୟୁର କିଛି ଦିନ ପୂର୍ବରୁ ଧର୍ମେନ୍ଦ୍ର କରିଥିବା ଏକ ଭିଡିଓ ଭାଇରାଲ ହେଉଛି । ମାତ୍ର ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବା ନେଇ ସେ କୌଣସି ସୂଚନା ଦେଇନଥିଲେ। ତେବେ ରାଜନୈତିକ ପ୍ରସଙ୍ଗକୁ ନେଇ ନିଜ ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟା ସମ୍ପର୍କରେ ଆଭାସ ଦେଇଛନ୍ତି | ଏହାପରେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ଫେସବୁକ୍ରେ କରିଥିବା ପୋଷ୍ଟରେ ମୋ’ ୨ଟି ମୋବାଇଲ ରେ ସବୁ ଭିଡିଓ ଅଛି, ତାକୁ ଲୋକଲୋଚନକୁ ଆଣିବେ ବୋଲି ବି ଉଲ୍ଲେଖ କରିଥିଲେ। ଏହାପରେ ପୋଲିସ ସନ୍ଧାନୀ କୁକୁର ସହାୟତାରେ ଖୋଜାଖୋଜି କରି ଘରଠୁ ଶହେ ମିଟର ଦୂର ଏକ ବିଲରୁ ତାଙ୍କର ୨ଟି ମୋବାଇଲ ଉଦ୍ଧାର କରିଥିବା ବେଳେ ତାହା ସୁଇଚ ଅଫ୍ ଥିବା ଜଣାପଡ଼ିଥିଲା। ଉକ୍ତ ୨ଟି ଫୋନ୍ର ଫରେନସିକ ଟେଷ୍ଟ ପାଇଁ ଲ୍ୟାବକୁ ପଠାଯାଇଥିବା ଜଣାଯାଇଛି।






More Stories
ମୁଖ୍ୟମନ୍ତ୍ରୀଙ୍କୁ ସୁଆଦ ବିଞ୍ଝାରପୁର ଦେଶୀଗାଈ କ୍ଷୀର…..
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..