ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏନ୍ଇଇଟି ପ୍ରଶ୍ନପତ୍ର ବିଭ୍ରାଟ ଓ ତାହାକୁ ନେଇ ଉପୁଜିଥିବା ଆନ୍ଦୋଳନ ଜୋରଦାର ହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ‘X’ରେ ପୋଷ୍ଟକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଲ୍ଲେଖ କରିଛନ୍ତି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଶିକ୍ଷାନୀତି(ଏନ୍ଇପି-୨୦୨୦) ଭଳି ଐତିହାସିକ ନୀତିକୁ କାର୍ଯ୍ୟକାରୀ କରିବା ସହ ଦେଶର ବହୁ କୋଟି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ସୁଦୃଢ଼ କରିଛନ୍ତି। ଏଥିଲାଗି ଶିକ୍ଷା କ୍ଷେତ୍ରରେ ତାଙ୍କ ନେତୃତ୍ୱରେ ଅନେକ ସଂସ୍କାର ଅଣାଯାଇଛି। ବୃହତର ସାମାଜିକ ହିତ ଓ ନୈତିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଇ ପଦରୁ ଇସ୍ତଫା ଦେବା ଲାଗି ସେ ଗ୍ରହଣ କରିଥିବା ନିଷ୍ପତ୍ତି ତାଙ୍କ ନୀତି ଆଦର୍ଶର ପରିଚୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ୱାଦରୁ ଆଗାମୀ ଦିନରେ ତାଙ୍କର ଏହି କର୍ମମୟ ଯାତ୍ରା ଆହୁରି ଅଧିକ ସଫଳତା ଓ ପ୍ରତିଷ୍ଠା ଆଣିଦେବ ବୋଲି ଆମେ ସମସ୍ତେ ଦୃଢ଼ବିଶ୍ୱାସୀ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।






More Stories
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..
ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି…..