ରିପୋର୍ଟ କାର୍ଡ / ଭୁବନେଶ୍ବର
ଐତିହାସିକ କିର୍ତ୍ତିରାଜି ଶାନ୍ତିସ୍ତୂପ ଧଉଳି ପଚାଶ ବର୍ଷ ପୂର୍ତ୍ତି ତଥା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନେପାଳ, ୟୁଏସଏ, ଯୁକ୍ରେନ, ଲଣ୍ଡନ, ରସିଆ, ଶ୍ରୀଲଙ୍କା, ଜାପାନ ଆଦି ବିଶ୍ୱର କୋଣ ଅନୁକୋଣରୁ ଶତାଧିକ ବୌଦ୍ଧଗୁରୁ ତଥା ବୌଦ୍ଧ ସନ୍ନ୍ୟାସୀ ଯୋଗ ଦେଇଥିଲେ। ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ରାଟ ଅଶୋକଙ୍କ ଜୀବନୀ ଓ କଳିଙ୍ଗ ଯୁଦ୍ଧର ଗରିମାମୟ ଇତିହାସ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବୌଦ୍ଧଗୁରୁଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବୌଦ୍ଧଗୁରୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ୫-ଟି ସଚିବ ଭି. କେ. ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..