ରିପୋର୍ଟ କାର୍ଡ / ଢେଙ୍କାନାଳ
ପଂଚାୟତ ନିର୍ବାଚନୀ ହିଂସା ପରି ରାଜ୍ୟରେ ପୌର ନିର୍ବାଚନର ଫଳାଫଳ ଆସିବା ପରେ କିଛି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଢେଙ୍କାନାଳ ପୌରାଧ୍ୟକ୍ଷା ଘର ଆଗରେ ଫାଙ୍କା ଗୁଳିଚାଳାନା ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଆଗରେ ଫାଙ୍କା ଗୁଳିଚାଳନା ହୋଇଛି । ଗତକାଲି ବିଳମ୍ବିତ ରାତିରେ ଫାଙ୍କା ଗୁଳି ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହାହ ସହ ୱାର୍ଡ ନମ୍ବର ୧୯ର କାଉନସିଲରଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଶାସକ ଦଳ କର୍ମୀମାନେ ଏହି ଆକ୍ରମଣ ଓ ଗୁଳି କରିଥିବା ପୌରାଧ୍ୟକ୍ଷା ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି ।
More Stories
୧୯ ଘଣ୍ଟା ଅଟକ ପରେ ବିଧାୟକଙ୍କୁ ଛାଡିଲା ପୋଲିସ…..
ଆର୍ ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼…..
କଟକରେ ଜଣେ କୋଭିଡ୍ ସଂକ୍ରମିତ ଚିହ୍ନଟ….