ରିପୋର୍ଟ କାର୍ଡ / ଢେଙ୍କାନାଳ
ପୋଖରୀରୁ ୩ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି | ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଇନ୍ଦିପୁର ଗ୍ରାମ ନୂଆସାହି ନିକଟରେ ଥିବା ନଟା ପୋଖରୀରେ ୩ ଟି ନବଜାତ ଶିଶୁଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଖବର ପାଇ ଢେଙ୍କାନାଳ ସଦର ଥାନା ପୋଲିସ ପହଞ୍ଚି ଶିଶୁ ମାନଙ୍କର ମୃତଦେହକୁ ଉଦ୍ଧାର କରିଛି। ପୋଲିସ ଫରେନ୍ସିକ ଟିମ ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଶିଶୁଗୁଡିକ କେଉଁଠାରୁ ଆସିଲା ଏବଂ କିଏ ପକାଇଲା ଏବେ ସନ୍ଦେହ ଘେରରେ ରହିଛି। ଶିଶୁ ଗୁଡିକ ପ୍ରି ମଚ୍ୟୁଅର ହୋଇଥିବାରୁ ପୁଅ କି ଝିଅ ତାହା ଜଣା ପଡୁନାହିଁ । ଫଳରେ ଲିଙ୍ଗ ଯାଞ୍ଚ ପାଇଁ ପୁଲିସ ଫରେନ୍ସିକ ଲାବ୍ରୋଟାରିକୁ ପଠାଇବ ବୋଲି ସୂଚନା ମିଳିଛି ।






More Stories
୧୦ରେ ରାଜ୍ୟ କ୍ୟାବିନେଟ୍…..
ସସ୍ମିତଙ୍କ ଇସ୍ତଫା ଗୃହୀତ…..
କୁଆପଥର ବର୍ଷା ସହ ଝଡ଼ପବନ…..