ରିପୋର୍ଟ କାର୍ଡ / ଢେଙ୍କାନାଳ
ଢେଙ୍କାନାଳ ହିନ୍ଦୋଳ ରେଞ୍ଜରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ଖଜୁରିଆକଟା ସେକସନ ନୂଆବଗ ବ୍ୟାରେଜ ନିକଟରେ ହାତୀର ମୃତଦେହ ଠାବ ହୋଇଛି। ଦନ୍ତାର ବୟସ ୨୦ ରୁ ୨୫ ବର୍ଷ ହେବ। ମାତ୍ର କେଉଁ କାରଣରୁ ହାତୀର ମୃତ୍ୟୁ ଘଟିଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ଜଣାପଡିବ ବୋଲି ସୂଚନା ମିଳିଛି।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..