Report Card Odisha

| Daily Odia News

ଯୋରନ୍ଦା ମେଳା ଆରମ୍ଭ…..

ରିପୋର୍ଟ କାର୍ଡ / ଢେଙ୍କାନାଳ

ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମା ଗାଦି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ଆରମ୍ଭ ହୋଇଯାଇଛି । ଆଜି ସନ୍ଧ୍ୟା ୫ଟା ୫ ମିନିଟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡଦ୍ୱୀପ ପ୍ରଜ୍ୱଳନ କରାଯିବ । ବିଶ୍ୱର ଭକ୍ତଙ୍କ ମଙ୍ଗଳ କାମନା କରି ମହିମା ସନ୍ୟାସୀମାନେ ଝାଡଦୀପ ପ୍ରଜ୍ୱଳନ କରିବେ । ୨ ଦିନ ଧରି ଜଳିବ ଏହି ଝାଡଦୀପ। ଆସନ୍ତା ୨୪ ତାରିଖରେ ଏହି ମେଳା ଉଦ୍‌ଯାପନ ହେବ । ଯୋରନ୍ଦା ମେଳା ପାଇଁ ଓଡ଼ିଶା ସମେତ ଛତିଶଗଡ଼, ଝାଡଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ୨୦ ହଜାରରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଚଳିତ ବର୍ଷ ଯୋରନ୍ଦା ମେଳାକୁ ୧୫୧ ବର୍ଷ ପୂରିଛି ।

Breaking News