ରିପୋର୍ଟ କାର୍ଡ / ଢେଙ୍କାନାଳ
ଏନଏସି ଘୋଷଣା ଦାବିରେ ରାଜ୍ୟରେ ଅନେକ ସହରରେ ପ୍ରତିବାଦ ହେଉଛି । ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ଆଜି ଢେଙ୍କାନାଳ ଜିଲ୍ଲା ରାସୋଳକୁ ଏନଏସି ଘୋଷଣା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ରାସୋଳ ବିକାଶ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଗାଡି ଚଳାଚଳ ବନ୍ଦ ରହିଛି। ଫଳରେ ଯାତାୟତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ୨୦୧୪ ମସିହାରୁ ରାସୋଳକୁ ଏନଏସି ମାନ୍ୟତା ନେଇ ଦାବି ହୋଇଆସୁଛି। ହେଲେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି । ତେଣୁ ଏହାର ପ୍ରତିବାଦରେ ଗୁରୁବାର ବନ୍ଦ ପାଳନ କରାଯାଉଛି।






More Stories
ସିବିଏସ୍ଇର ନୂଆ ଅଧ୍ୟକ୍ଷ ଲୋଖଣ୍ଡେ ପ୍ରଶାନ୍ତ…..
ଏଣିକି ପିଲାଙ୍କୁ ମିଳିବ……
ଉପକୂଳ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ…..