ରିପୋର୍ଟ କାର୍ଡ / ପାରାଦ୍ୱୀପ
ଆଜି ପୁଣି ଢିଙ୍କିଆରେ ମାଡ଼ ଓ ଠେଲାପେଲା ସହ ଉତ୍ତେଜନା ପରିବେଶ ରହିଛି । ହାଇକୋର୍ଟ ୫ ଜଣିଆ କମିଟିଙ୍କ ଗସ୍ତ ବେଳେ ଉତ୍ତେଜନା ହୋଇଥିବା ଜଣାପଡିଛି । କମିଟି ସହ ଯାଇଥିବା ଜଣେ ସାମାଜିକ କର୍ମୀଙ୍କୁ ଠେଲାପେଲା ହୋଇଥିବା ସୂଚନା ମିଳିଛି । ୫ ଜଣିଆ ଟିମକୁ ଭେଟିବାକୁ ଚାହିଁଥିଲେ କିଛି ସ୍ଥାନୀୟ ଲୋକେ । ଏହାକୁ ନେଇ ଦୁଇଟି ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । କମିଟିକୁ ଭେଟିବାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି । ଜଣେ ଶିଳ୍ପ ବିରୋଧୀ ନେତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ହାଇକୋର୍ଟ କମିଟି ଓ ପୋଲିସ ଉପସ୍ଥିତିରେ ନିସ୍ତୁକ ମାଡ଼ ମରାଯାଇଥିବା ଜଣାପଡିଛି ।
More Stories
ପୁଣି ଥରେ ବିବାଦରେ ସାରଥି ବାବା,ଥାନାରେ ଏତଲା……
ଗଳା କାଟି ବ୍ୟବସାୟୀଙ୍କୁ ହତ୍ୟା…..
କଳିଙ୍ଗା ଘାଟିରେ ବସ ଦୁର୍ଘଟଣା, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ…..