Report Card Odisha

| Daily Odia News

ଦୁରୁଆ ଜନଜାତିକୁ ମିଳିଲା ଆଦିବାସୀ ମାନ୍ୟତା…..

ରିପୋର୍ଟ କାର୍ଡ / କୋରାପୁଟ

ଦୀର୍ଘ ବର୍ଷର ସଂଘର୍ଷ ଆଉ ଆନ୍ଦୋଳନ ପରେ ଦୁରୁଆ ଜନଜାତିକୁ ମିଳିଛି ଆଦିବାସୀର ମାନ୍ୟତା ।  କୋରାପୁଟ ଜିଲ୍ଲା ବୈପାରୀଗୁଡାର ସରିଷପଦର ଠାରେ ଦୁରୁଆ ସମ୍ପ୍ରଦାୟ ବହୁତ ଖୁସି । ଏହି ଜନଜାତିର ବେଶ ଭୁଷା ଚାଲି ଚଳନି ସବୁ ଆଦିବାସୀଙ୍କ ସହ ମେଳ ଖାଉଥିଲା କିନ୍ତୁ କୌଣସି ପ୍ରକାର ବୌଷକ ତ୍ରୁଟି କରଣରୁ ଏମାନଙ୍କୁ ଆଦିବାସୀ ମାନ୍ୟତା ମିଳୁନଥିଲା । ତେଣୁ ବିଗତ ଦିନରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏମାନେ ଲଢେଇ କରିଥିଲେ । ବିଭିନ୍ନ ସ୍ଥାନରେ ବିକ୍ଷୋଭ ମଧ୍ୟ ଦେଖିବାକୁ ମିଳିଥିଲା । ଏମାନଙ୍କୁ ନେଇ ରାଜନୀତି ମଧ୍ୟ କୋରାପୁଟରେ ବେଶ ସରଗରମ ହୋଇଥିଲା । ଏମାନଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଦାବି କରିଥିଲେ । ଦୁରୁଆ ସମ୍ପ୍ରଦାୟ ମଧ୍ୟ ବିଭିନ୍ନ ସ୍ଥାନରେ ଧାରଣାରେ ବସିଥିଲେ । ଆଦିବାସୀ ମାନ୍ୟତା ନ ମିଳିଥିବାରୁ ଏମାନଙ୍କ ପିଲାଙ୍କ ପାଠ ପଢ଼ାରେ ଅସୁବିଧା ହେଉଥିଲା । ଚାକିରୀରେ ଅସୁବିଧା ହେଉଥିଲା । ଶେଷରେ କେନ୍ଦ୍ର ସରାକାର ଏମାନଙ୍କ କଥା ଶୁଣିଲେ । ଦୁରୁଆଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରାଗଲା ।

Breaking News