Report Card Odisha

| Daily Odia News

ଡିଆଇଜିଙ୍କ କ୍ଳିନଚିଟ୍‌ ନେଇ ବର୍ଷିଲେ ବିରୋଧୀ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଉତ୍ତରାଞ୍ଚଳ ଡିଆଇଜିଙ୍କ କ୍ଳିନଚିଟ୍‌ ନେଇ ବର୍ଷିଛନ୍ତି ବିରୋଧୀ। ଡ଼ିଆଇଜି ଦୀପକ କୁମାର ବିଜେଡିର ମୁଖପାତ୍ର ଭାବେ କାମ କରୁଥିବା ଅଭିଯୋଗ କରିଛି ବିଜେପି। କଂଗ୍ରେସ୍ ବି ଡିଆଇଜିଙ୍କୁ ଟାର୍ଗେଟ୍ କରିଛି। ସେପଟେ କଳାହାଣ୍ଡି ମହାଲିଙ୍ଗ କଲେଜ୍‌ରେ ସେକ୍ସ କାରବାର ଚାଲିଥିବା ନେଇ ପୂର୍ବରୁ ମମିତାଙ୍କ ପରିବାର ଯେଉଁ ଅଭିଯୋଗ ଆଣିଥିଲେ, ବଙ୍ଗୋମୁଣ୍ଡା JMFC କୋର୍ଟରେ ଦାଖଲ ହୋଇଥିବା ପୋଲିସ୍ ରିପୋର୍ଟରେ ମଧ୍ୟ ତାହା ଉଲ୍ଲେଖ ରହିଛି। ତେଣୁ ସେ ଦିଗରେ ପୋଲିସ୍ କାହିଁକି ତଦନ୍ତ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ଆଇନଜୀବୀ ଓ ପୂର୍ବତନ ଡିଜିପି | ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟରେ ଦିଆଯାଉଥିଲା ଯୌନ ଉତ୍ପୀଡ଼ନ! ଆଉ ଏଥିରେ ଗୋବିନ୍ଦ ସାହୁର ସଂପୃକ୍ତି ରହିଥିବା ଅଭିଯୋଗ ଆଣିଥିଲେ ମମିତାଙ୍କ ବାପା। ଘଟଣା ଆରମ୍ଭରୁ ଏଭଳି ଅଭିଯୋଗ କରିଥିଲେ ସୁଚନ୍ଦ୍ର। କେବଳ ମମିତାଙ୍କ ବାପା ନୁହଁନ୍ତି, ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟରେ ପୋଲିସ ଦାଖଲ କରିଥିବା ରିପୋର୍ଟରେ ମଧ୍ୟ ଯୌନ ନିର୍ଯାତନା ସଂପର୍କରେ ଉଲ୍ଲେଖ ରହିଛି। ମାଜିଷ୍ଟ୍ରେଟଙ୍କ ରେକର୍ଡ ପାଇଁ ଅର୍ଡର ସିଟ୍‌ର ନକଲର ତଥ୍ୟ ଅନୁସାରେ କଲେଜ୍ ଓ ସ୍କୁଲର କିଛି ଛାତ୍ରୀ ଓ ମହିଳା କର୍ମଚାରୀଙ୍କୁ ଗୋବିନ୍ଦ ସାହୁ ଯୌନ ନିର୍ଯାତନା ଦେଉଥିବା ମମିତା ଜାଣିପାରିଥିଲେ। ସେପଟେ ଶୀତ ଅଧିବେଶନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କଂଗ୍ରେସ ଆଭିମୁଖ୍ୟ ଗ୍ରହଣ କରିଛି ।

 

Breaking News