ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ରାଜ୍ୟ ଅର୍ଥ ସେବାର ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ଦିଲୀପ କୁମାର ମହାପାତ୍ର ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ଶ୍ରୀ ମହାପାତ୍ର ଓଡିଶା ସରକାରଙ୍କ ଅର୍ଥ ବିଭାଗର ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ନିଜ ଦାୟୀତ୍ୱକୁ ସୁଚାରୁ ରୂପେ ପାଳନ କରିଛନ୍ତି । ଗତ ବର୍ଷ ସରକାରୀ ଚାକିରୀରୁ ଅବସରଗ୍ରହଣ କରିବା ପରେ ଶ୍ରୀ ମହାପାତ୍ର ବର୍ତମାନ ଆଇନଜୀବି ଭାବେ କାର୍ଯ୍ୟରତ । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ଶ୍ରୀ ମହାପାତ୍ରଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ରାଷ୍ଟ୍ରବାଦ ଓ ରାଷ୍ଟ୍ରବାଦୀ ବିଚାର ପ୍ରତି ଆତ୍କୃଷ୍ଟ ହୋଇ ଶ୍ରୀ ମହାପାତ୍ର ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି । ଏହି ମିଶ୍ରଣ ପର୍ବ ଅବସରରେ ବୁଦ୍ଧିଜୀବି ପ୍ରକୋଷ୍ଠ ସଂଯୋଜକ ତଥା ବରିଷ୍ଠ ନେତା ସଜ୍ଜନ ଶର୍ମା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମୀରେଖା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
More Stories
ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା:ଦିଲ୍ଲୀରେ ତାଲିକା ଫାଇନାଲ!….
ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ୍…..
ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ମନମୋହନ……