ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ସରଗରମ ରହିଛି। ଆସନ୍ତା ୧୬ରେ ଅନୁଷ୍ଠିତ ହେବ ରାଜ୍ୟ ସଭା ନିର୍ବାଚନ। କହିବାକୁ ଗଲେ ୩ଟି ଆସନ ପାଇଁ ଭୋଟ ହେବାର ସମ୍ଭାବନା ନାହିଁ। ହେଲେ ୪ର୍ଥ ଆସନକୁ ନେଇ ଯେଉଁ ଚର୍ଚ୍ଚା ଆଲୋଚନା ଚାଲିଥିଲା ସେଥିରେ ଏକ ନୂଆ ଅଙ୍କ ଦେଖିବାକୁ ମିଳିଛି। ସ୍ୱାଧୀନ ପ୍ରାର୍ଥୀ ଭାବେ ଗତ ବିଧାନସଭା ନିର୍ବାଚନରେ ରାଉରକେଲା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ତଥା ବ୍ୟବସାୟୀ ଦିଲୀପ ରାୟ ମଇଦାନକୁ ଓହ୍ଲାଇ ଥିବାବେଳେ ତାଙ୍କୁ ସମର୍ଥନ କରିଛି ଭାଜପା। ଭାଜପାର ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି ଦିଲ୍ଲୀପ ରାୟ। ରାଜ୍ୟ ସଭା ସ୍ବାଧୀନ ପ୍ରାର୍ଥୀ ଭାବେ ସମର୍ଥନ ପାଇଁ ଦିଲ୍ଲୀପ ରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ଦିଲ୍ଲୀପ।






More Stories
ଆଜି ରଙ୍ଗର ପର୍ବ ହୋଲି…..
ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା…..
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର…..