ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀପ ରାୟ। ଏନେଇ ଆଜି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। କହିଛନ୍ତି, ଦିଲ୍ଲୀପଙ୍କ ପ୍ରାର୍ଥିତ୍ୱ ଚୂଡ଼ାନ୍ତ ହୋଇସାରିଛି। କେବଳ ତାଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା। କାଲି ଭିତରେ ତାଙ୍କ ଟିକେଟ ଘୋଷଣା କରାଯିବ। ସେ ରାଉରକେଲାରୁ ପ୍ରାର୍ଥୀ ହେବା ନିଶ୍ଚିତ। କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ୨୦୨୦ ଅକ୍ଟୋବର ୨୬ରେ ଟ୍ରାଏଲ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯିବା ଉପରେ ଦିଲ୍ଲୀ ହାଇକୋର୍ଟ ଗତକାଲି ରହିତାଦେଶ ଜାରି କରିଥିଲେ। ଦିଲ୍ଲୀପଙ୍କୁ ଏହି କୋଇଲା ଦୁର୍ନୀତି ମାମଲାରେ ସିବିଆଇ କୋର୍ଟ ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୧୦ଲକ୍ଷ ଟଙ୍କାର ଜୋରିମାନା କରିଥିଲେ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..