ରିପୋର୍ଟ କାର୍ଡ / ରାଉରକେଲା
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ। ରାଉରକେଲାର ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ବିରୋଧରେ ନିର୍ବାଚନୀ ମାମଲା ଦାୟର କରିଛନ୍ତି। ସାରଦା ନିଜ ମନୋନୟନ ପତ୍ରରେ ଭୁଲ ଓ ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥିବାରୁ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ଦିଲ୍ଲୀପ ଏହି ମାମଲା ଦାୟର କରିଛନ୍ତି | ନାମାଙ୍କନ ସମୟରେ ସାରଦା ନିଜ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାମଲା ବିଷୟରେ ତଥ୍ୟ ଲୁଚାଇବା ସହ ନିଜର ସ୍ଥାବର ଅସ୍ଥାବର ସମ୍ପତ୍ତିର ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ଏହି ପ୍ରସଙ୍ଗରେ ପୂର୍ବରୁ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ କରାଯାଇଥିଲା। ସେହି ଅଭିଯୋଗକୁ ଅଣଦେଖା କରାଯାଇଥିବା ଦିଲ୍ଲୀପ ରାୟ ଆବେଦନରେ ଦର୍ଶାଇଛନ୍ତି। ନାମାଙ୍କନ ପତ୍ରରେ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ ସାରଦାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ତାଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି ଦିଲ୍ଲୀପ ରାୟ।






More Stories
ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..
ଆଜି ଓଡ଼ିଶା ଆସିବେ ସ୍ଥଳ ସେନା ମୁଖ୍ୟ……
୨୪ ରେ ବାରବାଟୀ ଟି-୨୦……