Report Card Odisha

| Daily Odia News

ଅଯୋଧ୍ୟାରେ ଜଳିବ ୧୮ ଲକ୍ଷ ମାଟି ଦୀପ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଯୋଧ୍ୟାରେ ଆସନ୍ତାକାଲି ଦୀପୋତ୍ସବ ପାଳନ ହେବ। ଦିପୋତ୍ସବର ଷଷ୍ଠ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ଦୀପୋତ୍ସବ ପାଇଁ ଅଯୋଧ୍ୟାରେ ପ୍ରାୟ ୧୮ ଲକ୍ଷ ମାଟି ଦୀପ ଜଳାଯିବ ଏବଂ ଲେଜର ସୋ’ ଓ ରାମଲୀଳା ମଧ୍ୟ ହେବ। ଅଯୋଧ୍ୟା ଡିଭିଜନାଲ କମିସନର ନବଦୀପ ରିନୱା କହିଛନ୍ତି, ସରଜୁ ନଦୀ ନିକଟସ୍ଥ ରାମ କୀ ପୌଡ଼ିରେ ୨୨ ହଜାରରୁ ଅଧିକ ସ୍ବେଚ୍ଛାସେବୀ ମାଟି ଦୀପ ଜଳାଇବେ। ଅନ୍ୟ ଦୀପଗୁଡ଼ିକ ଅନ୍ୟ ସ୍ଥାନମାନଙ୍କରେ ଲଗାଯିବ। ଗୋଟିଏ ସ୍କୋୟାରରେ ୨୫୬ ଲେଖାଏଁ ମାଟି ଦୀପ ଲଗାଇବାପାଇଁ ସ୍ବେଚ୍ଛାସେବୀଙ୍କୁ କୁହାଯାଇଛି। ୨ଟି ସ୍କୋୟାର ମଧ୍ୟରେ ବ୍ୟବଧାନ ୨ରୁ ୩ ଫୁଟ୍‌ ରହିବ। ଦୀପୋତ୍ସବ ଅବସରରେ ଲେଜର ସୋ’ ମଧ୍ୟ ହେବ। ଅନ୍ୟ ରାଜ୍ୟ ଏବଂ ରାଷ୍ଟ୍ରର ସାଂସ୍କୃତିକ ଗୋଷ୍ଠୀ ଦ୍ବାରା ରାମଲୀଳା କରାଯିବ। ଦୀପୋତ୍ସବରେ ସରଜୁ ନଦୀ କୂଳରେ ଆରତି ମଧ୍ୟ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରାମ ମନ୍ଦିରରେ ପୂଜା କରିବେ। ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଯାଞ୍ଚ କରିବେ। ସନ୍ଧ୍ୟା ୬.୩୦ରେ ମୋଦୀ ସରଜୁ ନଦୀ କୂଳରେ ଆରତୀ ଦେଖିବେ।

Breaking News