ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ପିଏମ୍ଜିକେଏୱାଇର ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି । ଏହି ସମୟରେ ମୋଦି କହିଛନ୍ତି ଗରିବ ନିରାଶ ହେବା ଆବଶ୍ୟକ ନାହିଁ । କରୋନା ସମୟରେ ସେମାନଙ୍କୁ ମାଗଣା ରାଶନ ଯୋଗାଇ ଦିଆଯାଉଛି । ଯାହା ଆସନ୍ତା ଦୀପାବଳି ପର୍ଯ୍ୟନ୍ତ ମିଳିବ । ମୋଦି ଆହୁରି ମଧ୍ୟ କହିଛନ୍ତି ଏହି ମାଗଣା ରାଶନ ପଳାୟନ କରିଥିବା ଶ୍ରମିକଙ୍କୁ ମଧ୍ୟ ମିଳିବ । କାରଣ ଦେଶର କୌଣସି ଲୋକଙ୍କୁ ଭୋକରେ ଶୋଇବାକୁ ଦିଆଯିବ ନାହିଁ । ସେ କହିଛନ୍ତି ଦେଶର ଖାଦ୍ୟ ଭଣ୍ଡାର ସଂଖ୍ୟା ବୃଦ୍ଧି ହେଲା ହେଲେ କୁପୋଷଣ କମିଲା ନାହିଁ । ଏହି ଯୋଜନାରେ ଆମ ସରକାର ବହୁତ ନକଲି ଲାଭାର୍ଥୀଙ୍କୁ ବାହାର କରିଛି ଆଉ ଆଜି ଉଚିତ ଲୋକଙ୍କୁ ଏହାର ସୁବିଧା ମିଳୁଛି । ନିଜ ସରକାରଙ୍କ ସଫଳତା କଥା କହିବାକୁ ଯାଇ ମୋଦି କହିଥିଲେ ଆଜି କୋଟି କୋଟି ଲୋକ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଉଠାଉଛନ୍ତି ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….