ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବାଦରେ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ତାଙ୍କ ଫିଲ୍ମ ଅପେକ୍ଷା ତାଙ୍କୁ ନେଇ ଦିନକୁ ଦିନ ନୂଆ ନୂଆ ବିବାଦ ସାମ୍ନାକୁ ଆସୁଛି। କେତେବେଳେ ନିଜ ବୟାନକୁ ନେଇ ବିବାଦରେ ଫସୁଛନ୍ତି ତ ଆଉ କେତେବେଳେ ଅଭିନେତ୍ରୀଙ୍କ ସହ ଇଣ୍ଟିମେଟ୍ ହେବାର ଭିଡିଓ ସାମ୍ନାକୁ ଆସୁଛି। ଯାହାକୁ ନେଇ ସେ ଟ୍ରୋଲର୍ସଙ୍କ ଟାର୍ଗେଟ୍ରେ ରହୁଛନ୍ତି। ତାଙ୍କର ତେଲୁଗୁ ଫିଲ୍ମ ‘ଡେଞ୍ଜରସ୍’ ଆସୁଛି। ଏହି ଫିଲ୍ମର ଜୋରସୋର୍ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ରାମ ଗୋପାଲ। ତେବେ ଫିଲ୍ମ ପ୍ରମୋସନ ବେଳେ ସେ କରି ବସିଛନ୍ତି ଭୁଲ୍। ସେ ନିଜ ଉପରେ ଆଉ କରିପାରିନାହାନ୍ତି କଣ୍ଟ୍ରୋଲ। କ୍ୟାମେରା ଆଗରେ ସେ ଅଭିନେତ୍ରୀଙ୍କ ଗୋଡ ତଳେ ବସି ତାଙ୍କ ପାଦକୁ କିସ୍ କରିଛନ୍ତି। ଏହାପରେ ତାଙ୍କର ପାଦର ଆଙ୍ଗୁଠିକୁ ଚାଟିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାମ ଗୋପାଲ ବର୍ମା ଅଭିନେତ୍ରୀ ଆଶୁ ରେଡ୍ଡିଙ୍କ ସହ ଟ୍ୱିଟର୍ରେ ଏକ ଭିଡିଓ ଶେଆର କରିଛନ୍ତି।

ଏହି ଭିଡିଓକୁ ଶେଆର କରି ସେ କ୍ୟାପସନରେ ଲେଖିଛନ୍ତି, ଅପେକ୍ଷା କର…। ଭିଡିଓରେ ରାମ ଗୋପାଲ ଅଭିନେତ୍ରୀଙ୍କ ସହ କଥା ହେଉଥିବା ବେଳେ ହଠାତ୍ ଗୋଡ ତଳେ ବସି ପଡୁଛନ୍ତି। ଏହାପରେ ଅଭିନେତ୍ରୀ ଆଶୁ ରେଡ୍ଡିଙ୍କ ପାଦ ଧରି ତାଙ୍କୁ ଆଉଁସୁଛନ୍ତି। ପରେ ତାଙ୍କ ପାଦକୁ କିସ୍ କରି ପକାଉଛନ୍ତି ଓ ଆଙ୍ଗୁଠିଗୁଡିକୁ ଚାଟୁଛନ୍ତି। ନିର୍ଦ୍ଦେଶକଙ୍କ ଏଭଳି ସ୍ୱଭାବ ଦେଖି ଆଶୁ ରେଡ୍ଡି ମଧ୍ୟ ଚକିତ ହୋଇପଡୁଛନ୍ତି।






More Stories
ପରଲୋକରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ଦେଓଲ…..
ଆଜି ଜନ୍ମମାଟିରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ……
ଡିଜେ ନେଲା ଯାତ୍ରା କଳାକାର ଦେବୀ ରଥଙ୍କ ଜୀବନ!…..