ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଦର୍ଶାଉଛି ଯେ ଭାରତୀୟ ରାଜନୀତିରେ ଏକ ବଡ ପରିବର୍ତ୍ତନ ଘଟିବାକୁ ଯାଉଛି। ସେ କହିଛନ୍ତି ବିଜେପି ସଂଖ୍ୟାଗରିଷ୍ଠତା ହାସଲ ନ କରି ଥିବାରୁ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ ୫ବର୍ଷର କାର୍ଯ୍ୟକାଳ ପୂରଣ କରିବାରେ କଠୋର ଆହ୍ବାନର ସମ୍ମୁଖୀନ ହେବାକୁ ପଡିପାରେ। ତାଙ୍କର ଏକ ସାକ୍ଷାତକାରରେ ରାହୁଲ କହିଛନ୍ତି ଭାରତୀୟ ରାଜନୈତିକ ବ୍ୟବସ୍ଥାର ପରିସର ବିସ୍ତାର ହୋଇଛି। ଭାରତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆସିଛି। ଏଥର ବିଜୟ ସ୍ଥିତି ଏଭଳି ରହିଛି ଯେ ଏକ ଛୋଟ ଭୁଲ ମଧ୍ୟ ମୋଦୀ ସରକାରଙ୍କ ପତନ ଘଟାଇପାରେ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିବିରରେ ବହୁତ ଅସନ୍ତୋଷ ରହିଛି। ଧୀରେଧୀରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିବିରରେ କିଛି ଲୋକ ଅଛନ୍ତି ଯେଉଁମାନେ ଆମ ସହ ଯୋଗାଯୋଗରେ ଅଛନ୍ତି। ଏଭଳି ପରିସ୍ଥିତିରେ ସହଯୋଗୀ ଦଳମାନେ ମୁହଁ ଫେରାଇ ପାରନ୍ତି। ରାହୁଲ ଗାନ୍ଧୀ ୨୦୨୪ଲୋକସଭା ନିର୍ବାଚନର ଫଳାଫଳକୁ ବିଜେପିର ବିଭାଜନକାରୀ ରାଜନୀତି ବିରୁଦ୍ଧରେ ଏକ ଜନାଦେଶ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ତୁମେ ଘୃଣା ବିସ୍ତାର କରିପାରିବ, ତୁମେ କ୍ରୋଧ ବିସ୍ତାର କରିପାରିବ ଏବଂ ତୁମେ ଏଥିରୁ ଲାଭବାନ ହୋଇପାରିବ। କିନ୍ତୁ ନିର୍ବାଚନରେ ଦେଶର ଲୋକମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……