ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ ଅଭିନେତ୍ରୀ ଦିଶା ବୋଲ୍ଡ ଏବଂ ହଟ୍ ଅନ୍ଦାଜ୍ ପାଇଁ ଫିଲ୍ମ ଜଗତରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଦିଶା ଆଜି ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଦିଶା ପଟାନୀ ୟୁପି ର ବାସିନ୍ଦା । ଦିଶା ଜଣେ ଅଭିନେତ୍ରୀ ହେବାକୁ ମୁମ୍ବାଇ ଆସି ନଥିଲେ। ତାଙ୍କ ପରିବାର କେହି ଇଣ୍ଡଷ୍ଟ୍ରିରେ ନାହାନ୍ତି | ଦିଶା ପଟାନୀଙ୍କ ପିତା ଜଣେ ପୋଲିସ କର୍ମଚାରୀ ହୋଇଥିବା ବେଳେ ଭଉଣୀ ସେନାରେ ଅଛନ୍ତି। ଏଭଳି ପରିସ୍ଥିତିରେ ଅଭିନେତ୍ରୀ ମଧ୍ୟ ପାଇଲଟ ହେବାର ସ୍ୱପ୍ନ ଦେଖିଥିଲେ।
ସେ ଲକ୍ଷ୍ନୌର ଆମିଟି ୟୁନିଭରସିଟିରେ ବାୟୋଟେକ୍ ପଢୁଥିଲେ। ସେହି ସମୟରେ ମଡେଲିଂ ଆରମ୍ଭ କରିଥିଲେ। ୫୦୦ ଟଙ୍କା ନେଇ ମୁମ୍ବାଇ ଆସିଥିଲେ। କିନ୍ତୁ ମୁମ୍ବାଇରେ ଦିଶା ଏକ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଅଡିସନ୍ରେ ସିଲେକ୍ଟ ହେବା ପରେ , ଫିଲ୍ମ ଲାଇନକୁ ବାଛିଲେ। ଅଭିନେତ୍ରୀ ହେବା ପାଇଁ ବଲିଉଡ୍ ସିଢି ଚଢିଥିଲେ। ଦିଶା ପାଟାନି ଫିଲ୍ମ ଏମଏସ ଧୋନି ଦ ଅନଟୋଲ୍ଡ ଷ୍ଟୋରୀରେ ଡେବ୍ୟୁ କରିଥିଲେ। ଏବେ ଅଭିନେତ୍ରୀ ତାଲିକାର ଶୀର୍ଷକୁ ତାଲିକାରେ ଅଛନ୍ତି। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଉଛନ୍ତି। କହିବାକୁ ଗଲେ ଦିଶା କୋଟିର ଟଙ୍କାର ମାଲିକ ଅଟନ୍ତି। ଦିଶାଙ୍କ ବାର୍ଷିକ ଆୟ ୧୨ କୋଟି ଟଙ୍କା। ଦିଶାଙ୍କ ନେଟୱର୍ଥ ପାଖାପାଖି ୭୪ କୋଟି ଟଙ୍କା। ଦିଶା ଗୋଟିଏ ଫିଲ୍ମ ପାଇଁ ୬ କୋଟି ନିଅନ୍ତି। ମୁମ୍ବାଇରେ ଦିଶା ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ଏହା ବ୍ୟତୀତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ୧ କୋଟି ଟଙ୍କା ଆଦାୟ କରନ୍ତି ।
More Stories
ପରଲୋକରେ ମନୋଜ କୁମାର….
ଅଭିନେତା ଉତ୍ତମ ମହାନ୍ତି ହସ୍ପିଟାଲ୍ରେ ଭର୍ତ୍ତି….
ସୋନୁ ସୁଦ୍ଙ୍କ ନାଁରେ ଗିରଫ ପରଓ୍ବାନା ଜାରି…..