ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଲୋକସେବା ଭବନ କନଭେନସନ ସେଣ୍ଟରରେ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ଯେ ଉପନିବେଶ ମାନସିକତା ପରିବର୍ତ୍ତନ କର । ସରକାରୀ ଅଫିସକୁ ଆସୁଥିବା ଲୋକଙ୍କୁ ସମ୍ମାନ ଦିଅ । ଅଧିକ ଫିଲ୍ଡ ଭିଜିଟ କରି ସମୀକ୍ଷା କର, ଅଧିକ ଲୋକଙ୍କ ସହ ମିଶିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ଗୃହ ବିଭାଗ ଭିତରେ ସମନ୍ୱୟ ଅଭାବ ଯୋଗୁଁ କାମ ବିଳମ୍ବ ହେଉଛି । ଆମ ନେତୃତ୍ୱଙ୍କ ଆଶା ରହିଛି ପ୍ରଶାସନିକ କଳ ଆହୁରି ଭଲ ହୋଇପାରିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସବୁ କାମ ଆଉଟଷ୍ଟାଣ୍ଡିଙ୍ଗ ହେବା ଦରକାର ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।






More Stories
ଶପଥ ନେଲେ ଜୟ ଢୋଲକିଆ…..
୨୬୪ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ…..
ତେଜସ୍ବୀଙ୍କୁ ମିଳିଲା ବଡ ଦାୟିତ୍ୱ……