ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଉ ୨ ଦିନ ପରେ ଆଲୋକର ପର୍ବ ଦୀପାବଳି | କରୋନା ସମ୍ପୂର୍ଣ ରୂପେ ନିପାତ ହୋଇନାହିଁ | ତେଣୁ ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ପାଇଁ ନିୟମ ଆଣିଛନ୍ତି | ରାଜ୍ୟରେ ଦୀପାବଳି, ଛଟ୍ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମାରେ ବାଣ ଫୁଟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର(SRC) ଗାଇଡ୍ଲାଇନ୍ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁସାରେ, ରାଜ୍ୟରେ କେବଳ ସବୁଜ ବାଣ ହିଁ ବିକ୍ରି ଓ ଫୁଟା ଯାଇ ପାରିବ। କିନ୍ତୁ ଆସନ୍ତୁ ଜାଣିବା
କ’ଣ ରହିଛି ଏହି ଗାଇଡ୍ଲାଇନ୍ରେ….
- CSIR-NEERI ଦ୍ୱାରା ସ୍ଥିରୀକୃତ ସବୁଜ ବାଣ ଛ଼ଡ଼ା ଅନ୍ୟ କୌଣସି ପ୍ରକାର ବାଣର ବିକ୍ରି ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି |
- ତୈଳ ଓ ବିସ୍ଫୋରକ ନିରାପତ୍ତା ସଂସ୍ଥା PESO ଦ୍ୱାରା ଅନୁମୋଦିତ ବା ସାର୍ଟିଫିକେଟ୍ ପାଇଥିବା ବ୍ୟବସାୟୀ ହିଁ ସବୁଜ ବାଣ ବିକ୍ରି କରିପାରିବେ |
- ବାଣ ବିକ୍ରି, ଗଚ୍ଛିତ ରଖିବା ନେଇ PESO ପ୍ରଦାନ କରିଥିବା ସାର୍ଟିଫିକେଟ୍ ସଂପୃକ୍ତ ବ୍ୟବସାୟୀ ଜିଲ୍ଲା ପ୍ରଶାସନ ଓ ପୋଲିସ ନିକଟରେ ଦାଖଲ କରିବେ |
- ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କଠାରୁ ଲାଇସେନ୍ସ ପାଇଥିବା ବ୍ୟବସାୟୀ ହିଁ ବାଣ ବିକ୍ରି କରିପାରିବେ |
- ଜିଲ୍ଲା ପ୍ରଶାସନ ଓ ପୋଲିସ କମିଶନରେଟ୍ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ହିଁ ଦୋକାନ କରାଯାଇ ବାଣ ବିକ୍ରି କରାଯିବ |
- ବାଣ ଦୋକାନରେ କୋଭି଼ଡ୍ ପ୍ରୋଟୋକଲକୁ କଡ଼ାକଡ଼ି ପାଳନ କରାଯିବ |
- କେବଳ ୪ ତାରିଖ ଅର୍ଥାତ୍ ଦୀପାବଳି ଦିନ ରାତି ୮ଟାରୁ ୧୦ଟା ମଧ୍ୟରେ ହିଁ ବାଣ ଫୁଟା ଯାଇପାରିବ। ଏହି ସମୟ ବାହାରେ ବାଣ ଫୁଟାଇଲେ ନିୟମ ଉଲ୍ଲଂଘନକରୀଙ୍କ ବିରୋଧରେ | କଡ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
- ଗ୍ରୀନ କ୍ରାକର୍ ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। କେବଳ ଦୀପାବଳି ଦିନ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ମିଳିଛି।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..