ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅତି ଉଚ୍ଚ ସାଉଣ୍ଡ ପାଇଁ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି। ଗତକାଲି ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଏହି ପ୍ରସଙ୍ଗ ଉଠାଇବା ସହ ଏ ନେଇ ସ୍ୱତନ୍ତ୍ର ଆଇନ ଆଣିବାକୁ ଦାବି କରିଛନ୍ତି। ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଅନୁମତି ନେଇ ନ ଥିଲେ ଗାଁ ଗହଳିରେ ବି ଡିଜେ ବାଜିପାରିବନାହିଁ। ଆଉ ନିର୍ଦ୍ଧାରିତ ୬୫ ଡେସିବଲରୁ ଅଧିକ ଉଚ୍ଚରେ ବାଜିଲେ ଗାଡ଼ି ଜବତ ସହ ମାମଲା ରୁଜୁ ହେବ। ଏନେଇ ପୋଲିସ ଡିଜି ସୁନୀଲ ବଂଶଲ ଡିଜେ ଉପରେ ଲଗାମ ଲଗାଇବା ପାଇଁ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସବୁ ଥାନା ଅଧିକାରୀ ଏବଂ ସ୍ପେଶାଲ ଟିମ୍କୁ ନିୟମିତ ଚଢ଼ଉ କରିବା ପାଇଁ କୁହାଯାଇଛି। ସୁପ୍ରିମକୋର୍ଟ କରିଥିବା ଗାଇଡ୍ଲାଇନ୍କୁ କଡାକଡି ପାଳନ କରିବାକୁ କୁହାଯାଇଛି। ଥାନା ଅଧିକାରୀ ଏକ ଫୋନ୍ ନମ୍ବର ସର୍ବସାଧାରଣଙ୍କ ପାଇଁ ରଖିବେ। ଏହି ନମ୍ବରକୁ କଲ୍ କରି ଲୋକେ ଅଧିକ ଶବ୍ଧରେ ଡିଜେ ବାଜୁଥିଲେ ଲୋକେ ପୋଲିସ କୁ ସୂଚନା ଦେଇପାରିବେ।






More Stories
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..
ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି……
ସୁଶାନ୍ତଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ,ନବୀନ…..