Report Card Odisha

| Daily Odia News

ରେଡ୍ ସିଗ୍ନାଲ ଡେଇଁଲେ ଗାଡ଼ି ସହ ସିଜ୍‌ ହେବ ଡ୍ରାଇଭିଂ ଲାଇସେନ୍ସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଟ୍ରାଫିକ୍‌ ସିଗନାଲ୍‌ ଡେଇଁ ଖସିଯିବା ଆଉ ସହଜ ହେବନି। ତଣ୍ଡ ଗଣିବେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ଟ୍ରାଫିକ୍‌ ସିଗନାଲ୍‌ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ଏପରି କଡ଼ା ନିୟମ କରିଛି ଭୁବନେଶ୍ୱର ଟ୍ରାଫିକ ପୋଲିସ । ରାଜଧାନୀରେ ଟ୍ରାଫିକ ପୋଷ୍ଟର ରେଡ୍ ସିଗ୍ନାଲ ଡେଇଁଲେ ୩ ମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ ବା DL ବାତିଲ୍ ହେବ , ଗାଡ଼ିକୁ ସିଧାସଳଖ କୋର୍ଟଚାଲାଣ କରାଯିବ। ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଏହି ସୂଚନା ଦେଇଛନ୍ତି। ଟ୍ରାଫିକ ସଚେତନତାକୁ ଜୋରଦାର କରିବାକୁ ଯାଇ ଏପରି ନୂଆ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୋଲିସ । ରାଜଧାନୀର ପ୍ରବେଶ ପଥ ତଥା ଜନଗହଳିପୂର୍ଣ୍ଣ ଟ୍ରାଫିକ ଛକରେ ପ୍ରଥମେ ଏହି ନିୟମକୁ କଡ଼ାକଡ଼ି କରାଯାଇଛି। ପରେ ଏହାକୁ ସମଗ୍ର ସମଗ୍ର ରେ ଲାଗୁ କରାଯିବ। ଖାଲି ସେତିକି ନୁହେଁ, ଗାଡ଼ି ସହ ଡିଏଲ୍‌କୁ ସିଜ୍‌ କରାଯାଇ ସିଧା କୋର୍ଟଚାଲାଣ କରି ଦିଆଯିବ ।ଏଥିସହ ୩ ମାସ ଯାଏଁ ଡିଏଲ୍ ବାତିଲ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଟ୍ରାଫିକ୍ ଡିସିପି। ଭୁବନେଶ୍ୱର ଟ୍ରାଫିକ ଡିସିପି ପି.କେ.ରାଉତ କହିଛନ୍ତି, ଯିଏ ରେଡ ଲାଇଟ୍‌ଯିଏ ଡେଇଁବ, ତା’ ଗାଡ଼ି ସିଜ୍‌ ହେବ ଡିଏଲ୍‌ ସିଜ୍‌ ହେବ । କୋର୍ଟ ଯାଇ ସେମାନେ ତାହାକୁ ମୁକୁଳାଇବେ। ଡିଏଲ୍‌ ସିଜ୍‌ ହେବା ପରେ ତାହାକୁ ସସ୍‌ପେଣ୍ଡ କରିବାକୁ ଆରଟିଓକୁ ପଠାଇବୁ।

Breaking News